ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବେଳେ ବେଳେ କୌଣସି କାରଣ ବସତଃ ଆପଣଙ୍କର ଜରୁରୀ କାଗଜପତ୍ର ହଜିଯାଇଥାଏ । ଯେପରିକି ଆଧାରକାର୍ଡ । ଆଜିକାଲି ଆଧାରକାର୍ଡ ବିନା କୌଣସି କାମ ହୋଇ ପାରୁନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଆଧାରକାର୍ଡର ଆବଶ୍ୟକତା ରହିଛି । କିନ୍ତୁ ଯଦି ଆଧାରକାର୍ଡ ହଜି ଯାଉଛି ତେବେ ଅନେକ ସମସ୍ୟାର ସମ୍ମୂଖୀନ ହେବାକୁ ପଡିଥାଏ । ସେଥିପାଇଁ ଆପଣ ଚିନ୍ତା କରନ୍ତୁନି । ଆଧାରକାର୍ଡ ହଜି ଯିବା ପରେ ଆପଣ ତାର ଡିଜିଟାଲ କପି ବି ବାହାର କରି ପାରିବେ । ତେବେ ଆଜି ଆସନ୍ତୁ ଜାଣିବା କିଭଳି ବାହାର କରିବେ ଆଧାରକାର୍ଡର ଡିଜିଟାଲ କପି ।
ଆପଣ ଆପଣଙ୍କ ସ୍ମାର୍ଟଫୋନରେ ଆଧାରକାର୍ଡ ଡାଉନଲୋଡ କରିପାରିବେ । ଡାଉନଲୋଡ ହୋଇଥିବା ଆଧାରକାର୍ଡ ସମ୍ପୂର୍ଣ୍ଣ ବୈଧ । ସେଥିପାଇଁ ଆପଣଙ୍କୁ ପ୍ରଥମେ ଅଫିସିଆଲ ୱେବସାଇଟ https:// eaadhaar.uidai.gov.in କୁ ଯିବାକୁ ହେବ । ସେଠାରେ ଏନରୋଲମେଣ୍ଟ ଆଇଡ ବା ଆଧାର ନମ୍ବର ଅପସନ ଚୟନ କରନ୍ତୁ । ଯଦି ଏନରୋଲମେଣ୍ଟ ଆଇଡି ସିଲେକ୍ଟ କରିଥିବେ ତେବେ ଆପଣଙ୍କୁ ଆଧାରର ଡିଟେଲ୍ସ ଭରିବାକୁ ହେବ । ଉଦାହରଣ ସ୍ୱରୂପ ୨୮ ଅଙ୍କ ବିଶିଷ୍ଟ ଏନରୋଲମେଣ୍ଟ ନମ୍ବର ବା ଆକ୍ନଲୋଜମେଣ୍ଟ ନମ୍ବର, ପିନ୍ କୋର୍ଡ, ନାଁ ଏବଂ କ୍ୟାପ୍ଚା କୋଡ ଦିଅନ୍ତୁ । ସେହିପରି ଯଦି ଆଧାର ଅପ୍ସନ ଚୟନ କରିଛନ୍ତି ତେବେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏବଂ ଅନ୍ୟ ତଥ୍ୟ ଦେବାକୁ ପଡିବ । ଏହାପରେ ଆପଣଙ୍କ ଆଧାର ସହ ରେଜିଷ୍ଟର ମୋବାଇଲ ନମ୍ବରରେ ଏକ ଓଟିପି ଯିବ । ଏହାପରେ ପୁଣି କିଛି ପ୍ରଶ୍ନର ଉତ୍ତର ଦେବା ପରେ ଭେରିଫାଇ ଏବଂ ଡାଉନଲୋଡ ଉପରେ କ୍ଲିକ କରିବାକୁ ପଡିବ । ଏହିଭଳି ଭାବେ ଆପଣଙ୍କ ଇ-ଆଧାରକାର୍ଡ ଡାଉନଲୋଡ ହୋଇଯିବ ।