ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଯୌନ ଶୋଷଣା ମାମଲାରେ ତଥା ମିଠୁ କେସ୍ ରେ ଫସିଥିବା ଅଭିନେତା ନାନା ପାଟେକରଙ୍କୁ ମୁମ୍ବାଇ ପୋଲିସ କ୍ଲନ୍ ଚିଟ୍ ଦେଇଛି । ଏହି ମାମଲାକୁ ନେଇ ପୋଲିସ ପକ୍ଷରୁ କୁହାଯାଇଛି କି , ନାନା ପାଟେକରଙ୍କ ବିରୋଧରେ ତାଙ୍କୁ କୌଣସି ପ୍ରକାରର ସଠିକ୍ ପ୍ରମାଣ ମିଳିଲା ନାହିଁ । ସେଥିପାଇଁ ନାନା ପାଟେକରଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି । ଏହାପରେ ତନୁଶ୍ରୀ ପୂରା ସିଷ୍ଟମକୁ କରପ୍ଟ କହିବା ସହ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବାବ ମାଗିଛନ୍ତି ।
ରିପୋର୍ଟ ମୁତାବକ, ତନୁଶ୍ରୀ ଲେଖିଛନ୍ତି କି, ‘ମୋଦି ଜୀ କଣ ହେଲା ଆପଣଙ୍କ ଭ୍ରଷ୍ଟ ମୁକ୍ତ ଭାରତର? ଦେଶର ଜଣେ ଝିଅ ସିରିଏଲ ଅପରାଧୀ ଦ୍ୱାରା ଶୋଷଣର ଶିକାର ହୋଇଛି, ଜନସାଧାରଣ ଭିଡର ଆକ୍ରମଣ ହୋଇଛି, ବାରମ୍ବାର ନ୍ୟାୟରୁ ବଞ୍ଚିତ କରାଯାଉଛି ଏବଂ ତାର ନାଁ ବଦନାମ୍ କରାଯାଉଛି, ଧମକ ଦିଆଯାଉଛି, କ୍ୟାରିୟର ଖରାପ କରିଦିଆଯାଇଛି, ଏହାପରେ ବି ଆପଣ ପୋଲିସ କହୁଛି କି ’ ତାର ଅଭିଯୋଗ ମିଛ ।
ତନୁଶ୍ରୀ ଆହୁରୀ ମଧ୍ୟ ଲେଖିଛନ୍ତି କି, ‘ଏହା କଣ ଆପଣଙ୍କ ରାମ ରାଜ୍ୟ? ଗୋଟେ ହିନ୍ଦୁ ପରିବାରରେ ଜନ୍ମ ହୋଇ ମୁଁ ଶୁଣିଥିଲି କି ରାମ ନାମ ସତ୍ୟ ହୈ, ତେବେ ପୁଣି କାହିଁକି ଦେଶରେ ଅସତ୍ୟ ଏବଂ ଅଧର୍ମର ବାରମ୍ବାର ବିଜୟ ହୋଇ ଚାଲିଛି । ଏନେଇ ଜବାବ ଦିଅନ୍ତୁ ।’
ଖବରମୁତାବକ, ବର୍ଷ ୨୦୧୮ ସେପ୍ଟେମ୍ବର ମାସରେ ନାନା ପାଟେକରଙ୍କ ବିରୋଧରେ ଯୌନ ଶୋଷଣ ମାମଲାରେ ଥାନାରେ ତନୁଶ୍ରୀ ଅଭିଯୋଗ କରିଥିଲେ ।