ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ହସପିଟାଲ ଭିତରେ କେଳାଙ୍କାରୀ । ଏହି ଘଟଣା ସାମ୍ନାକୁ ଆସିବା ପରେ ସବୁଠି ହଇଚଇ । କିନ୍ତୁ ର୍ଦୁଭାଗ୍ୟ ଏଯାବତ ହାତବବାନ୍ଧି ବସିଛି ପୁଲିସ । ଚନ୍ଦ୍ରଶେଖରପୁର ଥାନା ଅଁଚଳରେ ଥିବା ଏକ ଘରୋଇ ହସପିଟାଲରେ ଏମିତି ଏକ ଘଟଣା ନଜରକୁ ଆସିଛି ।
ଭାଇରାଲରେ ଥିବା ବ୍ୟକ୍ତି ଜଣକ କାଡିଓଲୋଜି ଲ୍ୟାବ ଇନଚାର୍ଜ ବୋଲି ଚର୍ଚ୍ଚା ହେଉଛି । ଅପରେସନ ଟେବୁଲ ଉପରେ ପୂରା ରୋମାନ୍ସ ଚାଲିଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି । ତେବେ ସମ୍ପୃକ୍ତ ଯୁବତୀ ଜଣକ କିଏ ତାହା ସ୍ପଷ୍ଟ ହୋଇନାହିଁ । ଶୁଣିବାକୁ ମିଳୁଛି ଜଣେ ନର୍ସଙ୍କ ସହ ଏହି ବାବୁ ଜଣକ ରାସଲିଳା ଚଳାଇଥିଲେ । ଯାହାକୁ କେହି ଜଣେ ନିଜ ମୋବାଇଲରେ ରେକର୍ଡିଂ କରିଛି ।
ତେବେ ଭାଇରାଲ ଭିଡ଼ିଓକୁ ରୋକିବାକୁ ଗୋଟିଏ ପଟେ ପୁଲିସ ସଚେତନତାର ବାର୍ତା ବାଁଟୁଥିବା ବେଳେ ହସପିଟାଲ ଭିତରେ ଏମିତି ଘଟଣା ଏବେ ସବୁଠି ଆଲୋଚନାର ବିଷୟ ହୋଇଛି ।