କେରଳ ( ଏଟଆର ବ୍ୟୁରୋ): ବିବାହର ଚାରି ମାସରେ ପିଲା ଜନ୍ମ ହେଲା ବୋଲି ଜଣେ ଶିକ୍ଷୟତ୍ରୀଙ୍କୁ ସ୍କୁଲ ତଡା ଖାଇବାକୁ ପଡିଛି । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି କେରଲା ରେ । ସୂଚନା ଅନୁସାରେ କେରଳରେ ଜଣେ ଶିକ୍ଷୟତ୍ରୀ ଏନେଇ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ସେ ଗତ ପାଞ୍ଚ ବର୍ଷ ହେଲା ଉକ୍ତ ସ୍କୁଲରେ କାମ କରି ଆସୁଛନ୍ତି । କିଛି ଦିନ ତଳେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେଇଥିଲେ । ପରେ ଅନ୍ୟ ଜଣେ ପୁରୁଷଙ୍କ ସହିତ ରହିଥିଲେ । ତାଙ୍କର ବିବାହରେ କିଛି ମାସ ଡେରି ହୋଇଥିଲା ।
ଦ୍ୱିତୀୟ ବିବାହ ପରେ ମହିଳା ଜଣଙ୍କ ମାଟୋନିଟ ଲିଭ ନେଇଥିଲେ । ହେଲେ ଉକ୍ତ ମହିଳା ଜଣଙ୍କର ଛୁଟି ନେବାର ପର ଦିନ ହିଁ ତାଙ୍କର ପିଲା ହୋଇଥିଲା । ତ ପରେ ଯେତେବେଳେ ତାଙ୍କ ଛୁଟି ସରିଲା ପରେ ସ୍କୁଲ ଆସିଲେ ତାଙ୍କୁ ସ୍କୁଲରେ ଚାକିର କରିବାକୁ ମନା କରି ଦିଆଗଲା । ସ୍କୁଲ ଅଧିକାରୀଙ୍କ କହିବା କଥା ବିବାହର ମାତ୍ର ଚାରିମାସ ପରେ ସେ କିଭଳି ମାଟୋନିଟ ଛୁଟି ଆବେଦନ କରିଥିଲେ ।
ତେବେ ଏ ନେଇ ମହିଳା ଶିକ୍ଷୟତ୍ରୀ ଜଣଙ୍କ ଶିଶୁ ବିକାଶ ଆୟୋଗଙ୍କ ଦ୍ୱାରସ୍ତ ହୋଇଥିଲେ । ଏନେଇ ଆୟୋଗଙ୍କ ପକ୍ଷରୁ ଘଟଣାର ତଦନ୍ତ କରି ଶିକ୍ଷୟତ୍ରୀଙ୍କୁ ପୁଣି ଚାକିରିରେ ନିଯୁକ୍ତି କରିବା ପାଇଁ ନିର୍ଦେଶ ଦେଇଥିଲେ । ମାତ୍ର ଏହାକୁ ସ୍କୁଲ କତ୍ତୃପକ୍ଷ ଗ୍ରହଣ କରୁ ନାହାନ୍ତି । କି ମହିଳାଙ୍କୁ ଚାକିରରେ ରଖୁ ନାହାନ୍ତି । ଯାହାକୁ ନେଇ ମହିଳା ଶିକ୍ଷୟତ୍ରୀ ଜଣଙ୍କ ଏବେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ସ୍କୁଲ କତ୍ତୃପକ୍ଷଙ୍କ ନାମରେ ମାମଲା ରୁଜୁ କରିଛି ।