ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭାରେ ସମସ୍ତ ସଦସ୍ୟ ସାଂସଦ ପଦ ପାଇଁ ଶପଥ ନେବା ଏବଂ ନୂତନ ଲୋକସଭା ଅଧ୍ୟକ୍ଷ ବଛା ହେବା ପରେ ଗୁରୁବାର ଦୁଇ ସଦନର ମିଳିତ ଅଧିବେଶନ ଡକାଯାଇଛି । ଏହି ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ନୂତନ ମୋଦି ସରକାରର ଆଗାମୀ ପାଞ୍ଚବର୍ଷ କାର୍ଯ୍ୟକାଳର ଝଲକ ଦେଖାଇଛନ୍ତି । ତେବେ ଆସନ୍ତୁ ଜାଣିବା ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ବଡ କଥା..
– ମହିଳା ସଶକ୍ତିକରଣ ସରକାରଙ୍କ ପ୍ରାଥମିକତା । ଦେଶର ପ୍ରତ୍ୟେକ ଝିଅ ବୋହୁକୁ ସମ୍ମାନ ଅଧିକାର ଦେବା ପାଇଁ ତିନି ତଲାକ ଏବଂ ହଲାଲା ଶେଷ ହେବା ଜରୁରୀ ।
– ବର୍ଷ ୨୦୨୨ ଯାଏଁ କୃଷକଙ୍କ ଆୟ ଦ୍ୱିଗୁଣା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।
– ଆତଙ୍କବାଦୀ ପ୍ରସଙ୍ଗଙ୍କୁ ନେଇ ସାରା ଦେଶ ଭାରତ ସହିତ ରହିଛି । ମସୁଦ ଅଜହରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଘୋଷିତ କରିବା ଦ୍ୱାରା ବିଶ୍ୱରେ ଭାରତକୁ ସ୍ୱତନ୍ତ୍ର ପରିଚୟ ମିଳିଛି । ବର୍ଷ ୨୦୨୨ ରେ ଭାରତ ଜୀ-୨୦ ସମ୍ମେଳନର ହୋଷ୍ଟିଂ କରିବ ।
– ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରୀ ବଢାଇବା ସହଳ କଡା କଡି କରାଯିବ ।
– ଜାମ୍ମୁ କଶ୍ମୀରର ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ପ୍ରୟାସ କରାଯାଉଛି । ଏଠାରେ ହୋଇଥିବା ଶାନ୍ତିପୂର୍ଣ୍ଣ ନିର୍ବାଚନ ଏକ ବଡ ସଫଳତା , ଭାରତ ମାଲା ପରିଯୋଜନା ଭଳି ୨୦୨୨ ପର୍ଯ୍ୟନ୍ତ ସାରା ଦେଶରେ ୩୫୦୦୦ କିଲୋମିଟର ଜାତୀୟ ରାଜପଥର ନିର୍ମାଣ କରାଯିବ ।
– ବାରମ୍ବାର ନିର୍ବାଚନ ଆୟୋଜିତ ହେବା ଦ୍ୱାରା ବିକାଶ କାର୍ଯ୍ୟରେ ପ୍ରଭାବିତ ହେଉଛି । ସେଥିପାଇଁ ଏକ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ ଲାଗୁ ହେବା ଉଚିତ୍ । ଯାହାଦ୍ୱାରା ଦେଶର ବିକାଶ ହୋଇପାରିବ । ଏନେଇ ସମସ୍ତ ସାଂସଦ ଗମ୍ଭୀରତାର ସହ ବିଚାର କରନ୍ତୁ ।
– ମୋ ସରକାର ଭ୍ରଷ୍ଟାଚାର ବିରୋଧରେ ଜିରୋ ଟଲରେନ୍ସକୁ ଆଗକୁ ବି ଜାରି ରଖିବ ।
– ଆଗାମୀ ୨୦୨୪ ପର୍ଯ୍ୟନ୍ତ ଭାରତ ୫ ଟ୍ରିଲିୟନ ଡଲାରର ଅର୍ଥନୀତି ହେଉ, ଏହା ସହିତ କର ବ୍ୟବସ୍ଥାରେ ଲଗାତର ଭାବେ ସୁଧାର ସହିତ ସରଳୀକରଣ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ।