ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବାତ୍ୟା ଫୋନିର କ୍ଷୟକ୍ଷତି ନେଇ ଆଜି ପୁଣି ଓଡିଶା ଆସିଛନ୍ତି କେନ୍ଦ୍ରୀୟ ଟିମ । ଆଜି ଏହି ଟିମ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବାତ୍ୟା ଫୋନିରେ ପୁରୀ , ଖୋର୍ଧା ଓ କଟକ ବେଶି ମାତ୍ରାରେ ପ୍ରଭାବିତ ହୋଇଥିଲା । ଏହି ଅବସରରେ ପୂର୍ବରୁ ଥରେ କେନ୍ଦ୍ରୀୟ ଟିମ ଓଡିଶା ଆସି ବାତ୍ୟା ଫୋନିର କ୍ଷୟକ୍ଷତି ଆକଳନ କରି ଯାଇଥିଲେ । ଏବେ ପୁଣି ଥରେ କେନ୍ଦ୍ରୀୟ ଟିମ ଆସିଛନ୍ତି ।
ଏହି ୫ ଜଣିଆ ଟିମ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଓଡିଶା ଆସିଛନ୍ତି । ଏହି ୫ ଜଣିଆ ଟିମରେ ବିବେକ ଭରଦ୍ୱାଜଙ୍କ ସମେତ ଅଜୟ କୁମାର, ବିବେକ ଗୋଏଲ, ଏସ୍.ଏସ୍.ମୋଦି ଏବଂ ବୀରେନ୍ଦ୍ର ସିଂହ ସାମିଲ ରହିଛନ୍ତି । ଆଜି ଏହି ଟିମ ପୁରୀ ଗସ୍ତ କରି କ୍ଷତିର ଆକଳନ କରି ସାରିବା ପରେ ଏନେଇ ରାଜ୍ୟ ସରକାରଙ୍କ ସହିତ ଏକ ଆଳୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଦୁଇ ଦିନିଆ ଗସ୍ତରେ ଆସିଥିବା ଏହି ପ୍ରତିନିଧି ଦଳ ଆସନ୍ତା କାଲି ଅର୍ଥାତ ୨୨ ତାରିଖରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଥରେ କେନ୍ଦ୍ରୀୟ ପ୍ରତିନିଧି ଦଳ ୪ ଦିନିଆ ବାତ୍ୟା କ୍ଷୟକ୍ଷତି ନେଇ ଆକଳନ କରିବାକୁ ଓଡିଶା ଆସିଥିଲେ । ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର ବାତ୍ୟାଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ବିପନ୍ନଙ୍କୁ ଭେଟି ଆଲୋଚନା କରିଥିଲେ