ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଦୁଇ ଦିନିଆ ପୁରୀ ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ରାଷ୍ଟପତି ବିମାନ ବନ୍ଦରରେ ପହଁଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଓ ପୋଲିସ ଡିଜି ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇଥିଲେ ।
ରାଷ୍ଟ୍ରପତି ପୁରୀରେ ଓହ୍ଲାଇବା ପରେ ପ୍ରଥମେ ରାଜଭବନ ଯାଇ କିଛି ସମୟ ସେଠାରେ ବିଶ୍ରାମ ନେବା ପରେ ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ଅଭିମୁଖେ ଯିବେ । ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ୍ ରହିବେ । ସେଥିପାଇଁ ଅପରାହ୍ନ ୪ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ।