ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସବୁବେଳେ କିଛି ନା କିଛି ନୂଆ ଯୋଜନା ହେଉ ବା ଘୋଷଣା ପାଇଁ ଚର୍ଚ୍ଚାରେ ରହିଥାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି ପଡିଥିବା ୩ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ପୁଣିଥରେ ଚର୍ଚ୍ଚା ଘେରରେ ରହିଛନ୍ତି ନବୀନ । ପୂର୍ବରୁ ଦୁଇ ବରିଷ୍ଠ ନେତାଙ୍କୁ ରାଜ୍ୟସଭା ପଠାଇବେ ବୋଲି ପ୍ରତିଶୃତି ଦେଇଥିଲେ ନବୀନ । କିନ୍ତୁ ଏବେ ସେମାନେ ଆଶାରେ ରହି ରହି ନିରାଶ ହୋଇଛନ୍ତି ।
ଭୁବନେଶ୍ୱର ଲୋକସଭା ଆସନରୁ ଲଗାତାର ଜିତି ଆସୁଥିବା ପ୍ରଶନ୍ନ ପାଟ୍ଟଶାଣୀ ଏବଂ ବ୍ରହ୍ମପୁର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଉଭୟଙ୍କୁ ରାଜ୍ୟସଭା ପଠାଇବେ ବୋଲି ନବୀନ ପ୍ରତିଶୃତି ଦେଇଥିବା ଶୁଣିବାକୁ ମିଳିଥିଲା । କିନ୍ତୁ ଗତକାଲି ୩ଜଣଙ୍କ ନାମ ଘୋଷଣା କରିଛନ୍ତି ନବୀନ । ଘୋଷଣା ହୋଇଥିବା ତିନି ଜଣ ପ୍ରାର୍ଥୀ ହେଲେ ବିଜେଡିର ଆଇଟି ସେଲର ଅଧ୍ୟକ୍ଷ ଥିବା ଅମର ପଟ୍ଟନାୟକ, ଦଳର ମୁଖପାତ୍ର ଥିବା ସସ୍ମିତ ପାତ୍. ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି । ଅଶ୍ୱିନୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଛନ୍ତି ।
ଅଶ୍ୱିନୀ ବିଜେପି ପ୍ରାର୍ଥୀ । ମୋଦି ଏବଂ ଅମିତ ଶାହାଙ୍କ ନିର୍ଦ୍ଦେଶ କ୍ରମେ ନବୀନ ତାଙ୍କୁ ସମର୍ଥନ ଦେଇଛନ୍ତି । ତେବେ ବିଜେପି ଏବଂ ବିଜେଡି ମଧ୍ୟରେ ଗଭୀର ସମ୍ପର୍କ ରହିଛି ବୋଲି କଂଗ୍ରେସ କହୁଛି । ରାଜ୍ୟସଭା ପ୍ରାର୍ଥୀ ହେବା ପାଇଁ ବିଜେଡିର ହେବିୱେଟଙ୍କ ଲମ୍ବା ଲାଇନ ଲାଗିଥିଲା । କିନ୍ତୁ ଶେଷରେ ସମସ୍ତଙ୍କୁ ଲଲିପପ ଦେଇ ଜଟେଇ ଦେଇଛନ୍ତି ନବୀନ ।
ସୂଚନାଯୋଗ୍ୟ, ଅଚ୍ୟୁତ ସାମନ୍ତ,ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପ୍ରତାପ ଦେବ ନିର୍ବାଚନରେ ଜିତିବା ପରେ ସେମାନେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଖାଲି ପଡିଥିବା ୩ଟି ଆସନରେ ପ୍ରାର୍ଥୀ ହେବା ପାଇଁ ଲବି କରିଥିଲେ ବହୁ ହେବିୱେଟ ନେତା ।