ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠାରୁ ଯୁକ୍ତ ୩ ପାଇଁ ଆରମ୍ଭ ହେଉଛି ନାମ ଲେଖା ପ୍ରକ୍ରିୟା । ଛାତ୍ର ଛାତ୍ରୀମାନେ ଆଜିଠାରୁ ଆବେଦନ କରିବେ । ପୂର୍ବାହ୍ନ ୧୧ଟାରେ ‘ଙ୍ଗଙ୍ଗଙ୍ଗ.ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ’ ରେ ଫର୍ମ ଉପଲବ୍ଧ ହେବା ପରେ ଛାତ୍ରଛାତ୍ରୀ ଜୁଲାଇ ୮ ତାରିଖ ପୂର୍ବାହ୍ନ ୧୧ଟା ମଧ୍ୟରେ ଆବେଦନ କରିପାରିବେ। ଏହାପରେ ଆଉ କାହାକୁ ବି ସୁଯୋଗ ମିଳିବ ନାହିଁ। ଜୁଲାଇ ୧୧ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ସମସ୍ତ ଡକ୍ୟୁମେଣ୍ଟ ଓ ଫି’ ସାମ୍ସ ରିସୋର୍ସ ସେଣ୍ଟରରେ ଦାଖଲ କରିବେ।
୧୮ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।ମେରିଟ ଲିଷ୍ଟରେ ଆସିଥିବା ଯୋଗ୍ୟ ଛାତ୍ରୀଙ୍କ ନାମ ଲେଖା ଆରମ୍ଭ ହେବ । ଅଗଷ୍ଟ ୨୪ ତାରିଖରୁ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ ୩ ତାରିଖରେ +୨ ବିଜ୍ଞାନ ରେଜଲ୍ଟ ବାହାରିଥିବା ବେଳେ କଳା,ବାଣିଜ୍ୟ ଏବଂ ଧନ୍ଦା ମୂଳକ ଶିକ୍ଷାର ରେଜଲ୍ଟ ୨୧ରେ ବାହାରିଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପାସ ହାର କମ ରହିଛି । ଅପରପକ୍ଷରେ ରେଜଲ୍ଟ ବାହାରିବାରେ ମଧ୍ୟ ବିଳମ୍ବ ହୋଇଛି । ସାଧାରଣ ନିର୍ବାଚନ ଏବଂ ଫୋନି ଲାଗି ବିଳମ୍ବରେ ପ୍ରକାଶ ପାଇଥିଲା ପରୀକ୍ଷା ଫଳ ।