ଯାଜପୁର (ଏଟିଆର ବ୍ୟୁରୋ): ଦୃତଗତି ହେଲା କାଳ । ଟ୍ରକକୁ ପଛପଟୁ ପିଟି ବିଲକୁ ଖସି ପଡିଲା ବସ୍ । ଘଟଣାସ୍ଥଳରେ ବସ୍ ରେ ଥିବା ଯାତ୍ରୀଙ୍କର ବିଶେଷ କ୍ଷୟ କ୍ଷତି ହୋଇନଥିଲେ ମଧ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଘଟଣା ଯାଜପୁର ଜିଲ୍ଲା କୋରେଇ ଛକ ନିକଟରେ ଘଟିଛି ।
ଡଲଫିନ୍ ନାମକ ଏକ ଘରୋଇ ବସ୍ ଟି ରାଞ୍ଚିରୁ କଟକ ଆସୁଥିବା ବେଳେ ଏହି ଘଟଣାଟି ଘଟିଛି । ଫଳରେ ବସ୍ ର ସମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଟ୍ରକ୍ ର ଗୋଟେ ପାଶ୍ୱର୍ ଉଡିଯାଇଛି । ଏହାସହିତ ଟ୍ରକରେ ଥିବା ଟମାଟୋ ସବୁ ନଷ୍ଟ ହୋଇଯାଇଛି ।