ସମ୍ବଲପୁର (ଏଟିଆର ବ୍ୟୁରୋ): ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଗେଟ୍ । ନିଷ୍କାସିତ ହେଲା ବର୍ଷର ପ୍ରଥମ ବନ୍ୟାଜଳ । ମୋଟ୍ ୫ ଟି ଗେଟ୍ ଖୋଲାଯାଇଛି । ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁଁ ଗେଟ୍ ଖୋଲିବାକୁ ନିଷ୍ପତି ନିଆଯାଇଛି । ପ୍ରତି ସେକେଣ୍ଡରେ ୭୫ ହଜାର ଜଳ ନିଷ୍କାସିତ ହେଉଛି ।
ସୂଚନାଯୋଗ୍ୟ, ଲଗାଣ ବର୍ଷାରେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହୋଇ ୬୧୪.୮୧ ଫୁଟ୍ ରେ ପହଁଚିଛି । ସେଥିପାଇଁ ଗେଟ୍ ଖୋଲିବାର ନିଷ୍ପତି ନେଇଛି ହୀରାକୁଦ କର୍ତ୍ତୃପକ୍ଷ । ଏଥିପାଇଁ ତଳିଆ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସତର୍କ କରାଯାଉଛି ।