ଢେଙ୍କାନାଳ ( ଏଟିଆର ବ୍ୟୁରୋ): ସାଇରନକୁ ଡରି ଚୋର ଫେରିଗଲେ । ତାଲା ଭାଙ୍ଗି ଭିତରକୁ ପସିଥିଲେ ହେଲେ କରି ପାରିଲେ ନାହିଁ ଚୋରୀ । ସୂଚନା ଅନୁସାରେ ଗତକାଲି ରାତିରେ ଢେଙ୍କାନାଳ ସହରେରେ ଥିବା ଗ୍ରାମ୍ୟ ବ୍ୟାଙ୍କର ଆଜବେଷ୍ଟ ଭାଙ୍ଗି ଭିତରକୁ ଯାଇଥିଲେ । ଏମିତି କି ଷ୍ଟଗ ରୁମ ତାଲା ମଧ୍ୟ ଭାଙ୍ଗି ଦେଇଥିଲେ ହେଲେ ତାଲାଭାଙ୍ଗି ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ ସାଇରନ ବାଜି ଉଠିଥିଲା । ଯାହା ଫଳରେ ଲୁଟେରା ଗ୍ୟାଙ୍ଗ ସେଠାରୁ ଫେରି ଯାଇଛନ୍ତି ।
ଯାହାକୁ ନେଇ ଏବେ ସହରରେ ଚର୍ଚ୍ଚା ଲାଗି ରହିଛି । ପୋଲିସଙ୍କ କହିବା ଅନୁସାରେ ଚୋର ମାନେ ଗତ କାଲି ବ୍ୟାଙ୍କ ଲୁଟିବା ପାଇଁ ଗ୍ରାମ୍ୟ ବ୍ୟାଙ୍କରେ ପଶିଥିଲେ । ଷ୍ଟଗ ରୁମ ତାଲା ମଧ୍ୟ ଭାଙ୍ଗି ଦେଇଥିଲେ ।ହେଲେ ଲୁଟି ପାରି ନଥିଲେ । ଷ୍ଟଗ ରୁମ ସାଇରନ ବାଜିବା ଫଳରେ ସେମାନେ ନିଜ ହତିଆର ଛାଡି ଚାଲି ସେଠାରୁ ଚାଲି ଯାଇଥିଲେ । ସାଇରନ ଶୁଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ପୁଲିସ ଏ ସଂକ୍ରାନ୍ତରେ ବ୍ୟାଙ୍କ ମ୍ୟାନେଜରଙ୍କୁ ସୂଚନା ଦେଇଥିଲେ ।
ଏବେ ପୁଲିସ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ଲୁଟେରା ମାନେ ବ୍ୟାଙ୍କ ପଛପଟ ଆଜବେଷ୍ଟ ଭାଙ୍ଗି ଭିତରକୁ ଯାଇଥିଲେ । ବ୍ୟାଙ୍କରୁ କୌଣସି ଚୋରି ହୋଇ ନଥିବା ବ୍ୟାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି । ।