ମୁମ୍ବାଇ ( ଏଟିଆର ବ୍ୟୁରୋ): ସାହିଦ କପୁରଙ୍କ ସିନେମା ‘କବିର ସିଂ’ ବକ୍ସ ଅଫିସରେ ଭଲ ରେସପନ୍ସ ମିଳୁଛି । ଗତ ତିନି ଦିନ ମଧ୍ୟରେ ସିନେମାଟି ୭୦ କୋଟି ୮୩ ଲକ୍ଷ ଟଙ୍କା ଆୟ କରି ସାରିଛି । ସିନେମାଟି ପ୍ରଥମ ଦିନରେ ୨୦.୨୧ କୋଟି ଟଙ୍କା କମାଇଥିବା ବେଳେ ଦ୍ୱିତୀୟ ଦିନ ୨୨.୭୧ କୋଟି ଟଙ୍କା ଆୟ କରିଥିଲା । ସିନେମାଟି ଯେଉଁଭଳି ଭାବେ ଆୟ କରି ଚାଲିଛି ଆଗାମୀ ଦିନେରେ ଏହା ୨୦୦ କୋଟି ଟଙ୍କା ଟପି ଯିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ସିନେମାର ସଫଳତା ପାଇଁ କିଆରା ଏବଂ ସାହିଦ ସୋଶାଲ ମିଡିଆରେ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଗତ ୨୧ ତାରିଖରେ ସିନେମାଟି ପ୍ରେକ୍ଷାଳୟକୁ ଆସିଥିବା ବେଳେ ସିନେମାଟି ଦର୍ଶକଙ୍କ ଠାରୁ ସଫଳତା ସାଉଁଟିଛି । ଭାରତରେ ୩୧୨୩ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ସେହିଭଳି ଭାରତ ବ୍ୟତୀତ ୪୯୩ ଟି ସ୍କ୍ରିନରେ ରିଲିଜ ହୋଇଛି । ସାଉଥ ଇଣ୍ଡିଆନ ସିନେମା ଅର୍ଜୁନ ରେଡ୍ଡୀର ରିମେକ ।
ସାହିଦ କପୁରଙ୍କ “ କବିର ସିଂ’’ ୨୦୧୯ ର ୪ ଟି ସୁପର ହିଟ ସିନେମା ମଧ୍ୟରେ ସ୍ଥାନ ପାଇ ପାରେ ବୋଲି ଆଶା କରାଯାଉଛି । ଗତ ଇଦରେ ରିଲିଜ ହୋଇଥିବା ସଲମାନ ଖାନଙ୍କ “ ଭାରତ’’ ପ୍ରଥମ ଦିନରେ ୪୨.୩୦ କୋଟି ଆୟ କରିଥିବା ବେଳେ “କଳଙ୍କ’’ ୨୧.୬୦ କୋଟି ଏବଂ କେସରୀ ୨୧.୦୬ କୋଟି ଟଙ୍କା ଆୟ କରିଥିଲା ।