ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ବିଧାନ ସଭାର ବଜେଟ ଅଧିବେସନ । ଆଠ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେସନ ର ଆରମ୍ଭ ହେବା ପୂର୍ବରୁ ଆଜି ବିଧାନସଭା ପରିସରରେ ଆଜି ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟ ଆସନ୍ତା ୨୫ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ୧୨ତାରିଖରୁ ଅଗଷ୍ଟ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୨୮ ତାରିଖରେ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନା କରିବେ । ସୂଚନାଯୋଗ୍ୟ ଗତ କାଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ ।
ବିରୋଧୀଳ ଓ ଶାସକ ଉଭୟ କିଭଳି ଗୃହ ଚାଳନା କରିବାରେ ସହଯୋଗ କରିବେ ସେ ନେଇ ବାଚସ୍ପତ୍ତି ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀ ତଥା ଗୃହର ନେତା ଭାବେ ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ କରିବେ। ତାଙ୍କର ପୂର୍ବ ଚାରି ପାଳିରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିଲା। କିନ୍ତୁ ଏଥର ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିବ।
ତେଣୁ ଶାସକ ଦଳ ବିରୋଧରେ ବିଜେପି କିପରି ରଣନୀତି ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ସେହିପରି କଂଗ୍ରେସ ତୃତୀୟ ସ୍ଥାନକୁ ଆସିଥିଲେ ବି ଦଳରେ ଅଭିଜ୍ଞ ବିଧାୟକଙ୍କ ସଂଖ୍ୟା କମ୍ ନାହିଁ। ତେଣୁ ବିରୋଧୀ ଦଳ ଭାବେ କଂଗ୍ରେସର ଭୂମିକା ବି ପ୍ରଭାବୀ ରହିବ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି।