ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପର ୩୨ତମ ମ୍ୟାଚରେ ଦୁଇ ଶକ୍ତିଶାଳି ଦେଶ ମଧ୍ୟରେ ମୁକାବିଲା ହେବାକୁ ଯାଉଛି । ଆଜି ଇଂଲଣ୍ଡକୁ ଭେଟିବ ଅଷ୍ଟ୍ରେଲିଆ । ଦୁଇ ଦଳ ଏବେ ଦମଦାର ଫର୍ମରେ ରହିଥିବାରୁ ଆଜିର ମ୍ୟାଚ ଉପରେ ରହିଛି ସମସ୍ତଙ୍କ ନଜର । ଉଭୟ ଦଳରେ ଅଲରାଉଣ୍ଡରେ ଖଚିତ । ଏଣୁ ଶେଷ ପର୍ଯ୍ୟନ୍ତ ମ୍ୟାଚର ମୋଡ କେଉଁଆଡେ ଯିବ ତାହା ଆଗୁଆ ଆକଳନ କରିବା କ୍ରିକେଟ ବିଶେଷଜ୍ଞଙ୍କ ପାଇଁ ମଧ୍ୟ କାଠିକର ପାଠ ପାଲଟି ଯାଇଛି ।
ଚଳିତ ବିଶ୍ୱକପରେ ଇଂଲଣ୍ଡ ୬ଟି ମ୍ୟାଚରୁ ୪ଟି ବିଜୟ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଦଳ କେବଳ ଦୁଇ ଏସୀୟ ମହାଦେଶ ପାକିସ୍ତାନ ଏବଂ ଶ୍ରୀଲଙ୍କାଠାରୁ ହାରିଛି । ବାକି ସମସ୍ତ ମ୍ୟାଚରେ ଜିତିଛି ଇଂଲଣ୍ଡ । ଘରୋଇ ପରିବେଶରେ ଇଂଲଣ୍ଡ ମ୍ୟାଚ ଖେଳିବା ପାଇଁ ଯାଉଥିବାରୁ ଦଳର ପଲ୍ଲା ଭାରି ରହିବ ବୋଲି ଆଶା କରାଯାଉଛି ।
ଅଷ୍ଟ୍ରେଲିଆ ୬ଟି ମ୍ୟାଚରୁ ୫ଟି ବିଜୟ ହୋଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଦଳ କେବଳ ଭାରତଠାରୁ ହାରିଛି । ତେବେ ଦଳ ଏବେ ଦମଦାର ଫର୍ମରେ ରହିଛି । ତେବେ ଇଂଲଣ୍ଡ ଭଳି ଶକ୍ତିଶାଳି ଦଳର ସାମନା କରିବାକୁ ଯାଉଥିବାରୁ ମ୍ୟାଚଟି କଡା ଟକ୍କର ହେବ ବୋଲି ଆଶା କରାଯାଉଛି । ଶେଷ ମ୍ୟାଚରେ ଇଂଲଣ୍ଡ ଶ୍ରୀଲଙ୍କାରୁ ଠାରୁ ଶେଷ ସମୟରେ ହାରିଥିଲା । ଯାହାର ଫାଇଦା ଦେଇ ବିଜୟ ହେବାର ଆଶା ରଖିବ ଅଷ୍ଟ୍ରେଲିଆ ।
ଉଭୟ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ଏବେ ଭଲ ଖେଳ ପ୍ରଦର୍ଶନ କରି ଆସୁଛନ୍ତି । ପ୍ରତ୍ୟେକ ମ୍ୟାଚରେ ଦୁଇରୁ ତିନି ଜଣ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସମର୍ଥ ହେଉଛନ୍ତି । ଇଂଲଣ୍ଡ ବ୍ୟାଟିଂରେ ବେୟାରଷ୍ଟ୍ର,ରୁଟ,ମର୍ଗାନ ଏବଂ ବେନ ଷ୍ଟାକ୍ସଙ୍କ ଉପରେ ଭରଷା କରିବ ଦଳ । ବୋଲିଂରେ ଦଳ କ୍ରିସ ୱକ୍ସ ଏବଂ ଜୋଫ୍ରା ଆଚରଙ୍କ ଉପରେ ଭରଷା ରଖିବ । ଅପରପକ୍ଷରେ ଅଷ୍ଟ୍ରେଲିଆ ମୁଖ୍ୟତଃ ଡେଭିଡ ୱାର୍ଣ୍ଣର,ସ୍କିଥ୍ ଏବଂ ଅଧିନାୟକ ଫିଞ୍ଚ ଉପରେ ରଖିବ ଭରଷା । ବୋଲିଂରେ ଦଳ ଷ୍ଟାର୍କ,ଜାମ୍ପା ଏବଂ ଷ୍ଟଇନିସଙ୍କ ଉପରେ ନିର୍ଭର କରିବ ।