ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇନ୍ଦିରା ଗାନ୍ଧୀ ଶାସନ କାଳରେ ତଥା ୪୪ ବର୍ଷ ପୂର୍ବେ ଆଜିର ଦିନରେ ମାନେ ଜୁନ୍ ୨୫, ୧୯୭୫ ସାରାଦେଶରେ ଜରୁରୀ କାଳୀନ ସ୍ଥିତି ଆରମ୍ଭ ହୋଇଥିଲା । ଏହାର ବାର୍ଷିକ ଉତ୍ସବ ଅବସରରେ ଏହି ଦିନକୁ ଆଜି ସାରା ଦେଶ ମନେପକାଉଛି । ଗୋଟେପଟେ କଂଗ୍ରେସକୁ ଘେରିବା ପାଇଁ ବିଜେପିକୁ ମଉକା ମିଳିଛି । ସେହିପରି ମୋଦି ସରକାରଙ୍କ କାର୍ଯ୍ୟକାଳକୁ ସୁପର ଜରୁରୀ କାଳୀନ ବୋଲି ମମତା ବାନାର୍ଜି କହିଛନ୍ତି ।
ଏହି ଅବସରକୁ ମନେପକାଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଖୋଦ୍ ମୋଦି ସାଂସଦରେ ଦେଇଥିବା ଏକ ଭାଷଣ ବି ଆଡ୍ କରିଛନ୍ତି । ଏଥିରେ ମୋଦି କହୁଛନ୍ତି କି ଜରୁରୀ କାଳନୀ ସ୍ଥିତିରେ କ’ଣ ଅପରାଧ ହୋଇନଥିଲା, ଏଥିରେ ବଡ ଧମକ କଣ ହୋଇଥାଏ? କିନ୍ତୁ ଏହି ଦେଶ ମୁଣ୍ଡ ନୁଆଁଇ ନଥିଲା ।
India salutes all those greats who fiercely and fearlessly resisted the Emergency.
India’s democratic ethos successfully prevailed over an authoritarian mindset. pic.twitter.com/vUS6HYPbT5
— Narendra Modi (@narendramodi) June 25, 2019
ଜୁନ୍ ୨୫, ୧୯୭୫ ଏଭଳି ଏକ କାଳ ରାତ୍ରି ଥିଲା , ଯାହାକୁ କୌଣସି ଲୋକତନ୍ତ୍ର ପ୍ରେମୀ ଭୁଲି ପାରିବେ ନାହିଁ । ଦେଶକୁ ଏକ ପ୍ରକାରର ଜେଲ୍ ଖାନାରେ ବଦଳାଇ ଦିଆଯାଇଥିଲା । ବିରୋଧୀଙ୍କ ସ୍ୱରକୁ ଦବା ଯାଇଥିଲା । ଜୟ ପ୍ରକାଶ ନାରାୟଣ ଭଳି ନେତାଙ୍କୁ ବନ୍ଦୀ କରି ଦିଆଯାଇଥିଲା । ଜରୁରୀ କାଳୀନ ସମୟର ଭୟାବହ ରୂପର ଛାୟାରେ ନ୍ୟାୟ ବ୍ୟବସ୍ଥା ବି ରକ୍ଷା ପାଇ ପାରିନଥିଲା ।
ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହା ବି ଟ୍ୱିଟ୍ କରି ଜରୁରୀ କାଳୀନ ସ୍ଥିତିକୁ ମନେପକାଇଛନ୍ତି ।
1975 में आज ही के दिन मात्र अपने राजनीतिक हितों के लिए देश के लोकतंत्र की हत्या की गयी। देशवासियों से उनके मूलभूत अधिकार छीन लिए गए, अखबारों पर ताले लगा दिए गए। लाखों राष्ट्रभक्तों ने लोकतंत्र को पुनर्स्थापित करने के लिए अनेकों यातनाएं सहीं।
मैं उन सभी सेनानियों को नमन करता हूं। pic.twitter.com/XzRc4vEdJS
— Amit Shah (@AmitShah) June 25, 2019
ଏହାକୁ ନେଇ ମମତା ବାନାର୍ଜି କହିଛନ୍ତି ଗତ ପାଞ୍ଚ ବର୍ଷରେ ସୁପର ଜରୁରୀ କାଳୀନ ଲାଗୁ ହୋଇଛି । ଟ୍ୱିଟ୍ କରି ମମତା ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।
Today is the anniversary of the #Emergency declared in 1975. For the last five years, the country went through a ‘Super Emergency’. We must learn our lessons from history and fight to safeguard the democratic institutions in the country
— Mamata Banerjee (@MamataOfficial) June 25, 2019
ଅନ୍ୟପଟେ ଭାରତର ଇତିହାସକୁ କଳାଦିନ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ୍ ସିଂହ କହିଛନ୍ତି ।
The declaration of Emergency on June 25, 1975 and the incidents that followed, mark as one of the darkest chapters in India’s history.
On this day, we the people of India should always remember the importance of upholding the integrity our institutions and the Constitution.
— Rajnath Singh (@rajnathsingh) June 25, 2019