ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି କରି ଚାଲିିଥିଲେ । ହେଲେ ଗତ ମେ ୩୦ରୁ ତେଲ ଦର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ସୋମବାର ଭଳି ଆଜି ମଧ୍ୟ ତେଲ ଦର ହ୍ରାସ ପାଇଛି । ପେଟ୍ରୋଲ ୧୮ ପଇସା କମିଥିବା ବେଳେ ଡିଜେଲ ଦର ୧୪ ପଇସା କମିଛି ।
ଏହିକ୍ରମରେ ଦେଖିବାକୁ ହେଲେ ଦିଲ୍ଲୀରେ ପେଟ୍ରୋଲ ଦାମ ୧ ଲିଟର ପିଛା ୭୫.୫୫ ଟଙ୍କା ଥିବା ବେଳେ ମୁମ୍ବାଇରେ ୮୩.୧୨ ଟଙ୍କା ରହିଛି । ସେହିଭଳି କୋଲକତାରେ ପେଟ୍ରୋଲ ଦର ୭୮.୨୩ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ୭୮.୪୦ ଟଙ୍କାରେ ପହଂଚିଛି ।
ଯଦି ଡିଜେଲ ଉପରେ କହିବା, ତେବେ ଦିଲ୍ଲୀରେ ଏକ ଲିଟର ଡିଲେଜ ଆଜି ୬୭.୩୮ଟଙ୍କାରେ ପହଂଚିଛିି । ସେହିପରି ମୁମ୍ବାଇରେ ପ୍ରତି ଲିଟର ପିଛା ୭୧.୫୨ଟଙ୍କା ହୋଇଛି । ଏହା ବ୍ୟତୀତ କୋଲକତାରେ ୬୯.୯୩ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ପ୍ରତି ଲିଟର ୭୧.୧୨ଟଙ୍କା ରେ ପହଂଚିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଶୁକ୍ରବାର ଏକ ବୈଠକରେ ଅଶୋଧିତ ତେଲ ଉତ୍ପାଦନ ବୃଦ୍ଧି ପାଇଁ ନିଷ୍ପତି ନେଇଛନ୍ତି ସରକାର । ଯାହା ଫଳରେ ତେଲ ଦର ହ୍ରାସ ହେବାରେ ଲାଗିଛି । ହେଲେ ଇରାନ ସରକାର ଏହି ନିଷ୍ପତିକୁ କଡ଼ା ବିରୋଧ କରୁଛି । ଏହାପରେ ମଧ୍ୟ ତେଲ ଦର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି ।