ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଝାରସୁଗୁଡା – ମୁମ୍ବାଇ ମଧ୍ୟରେ ଆରମ୍ଭ ହୋଇପାରେ ବିମାନ ଚଳାଚଳ । ଆଜି ଏ ନେଇ କେନ୍ଦ୍ର ପେଟ୍ରୋଲିୟମ , ଦକ୍ଷତା ବିକାଶ ଏବଂ ଇସ୍ପାତ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଚିଠି ଲେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଜଣାଇଛନ୍ତି । ଧମେନ୍ଦ୍ର ପ୍ରଧାନ ନିଜ ଚିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଉଡାଣ ଯୋଜନା କିପରି ସାଧାରଣ ଲୋକଙ୍କର ସ୍ୱପ୍ନକୁ ପୂରଣ କରିଛି ।
ପଶ୍ଚିମ ଓଡିଶାର ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଝାରସୁଗୁଡା – ମୁମ୍ବାଇ ମଧ୍ୟରେ ସିଧା ବିମାନ ସଂଯୋଗ ସ୍ଥାପନ କରିବା ଦିଗରେ ହସ୍ତକ୍ଷପ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ନିଜ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଏବେ କେବଳ ଝାରସୁଗୁଡା – ଦିଲ୍ଲୀ ଅଭିମୁଖେ ବିମାନ ଚଳାଚଳ କରୁଛି । ଯାହା ଫଳରେ ପଶ୍ଚିମ ଓଡିଶାର ଲୋକମାନେ ଆଉ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନବନ୍ଦର ନଆସି ସିଧାସଳଖ ଦିଲ୍ଳୀ ଅଭିମୁଖେ ଯାତ୍ରା କରିପାରୁଛନ୍ତି । ତେଣୁ ଯଦି ଝାରସୁଗୁଡା ରୁ ମୁମ୍ବାଇ ଅଭିମୁଖେ ବିମାନ ଚଳାଚଳ କରେ ତେବେ ପଶ୍ଚିମ ଓଡିଶାର ଜନସାଧାରଣମାନେ ଅନେକ ଲାଭବାନ ହେବେ ।