ଲଣ୍ଡନ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଅଷ୍ଟ୍ରେଲିଆ । ଦୁଇ ଦଳ ଏବେ ଦମଦାର ଫର୍ମରେ ରହିଛନ୍ତି । ଆଜି ଯେଉଁଦଳ ବିଜୟ ହେବ ସେ ପଏଣ୍ଟ ଟେବୁଲର ଉପରକୁ ଉଠିବ । ବିଶ୍ୱକପରେ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚରୁ ୫ଟି ବିଜୟ ହୋଇଥିବା ବେଳେ ଗୋଟିଏ ପରାଜୟ ଏବଂ ଗୋଟିଏ ଫଳାଫଳ ଶୂନ୍ୟ ମ୍ୟାଚ ହୋଇଛି । ଯାହାଫଳରେ ଦଳ ୭ଟି ମ୍ୟାଚରୁ ୧୧ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି ।
ଅପରପକ୍ଷରେ ଅଷ୍ଟ୍ରେଲିଆ ୭ଟି ମ୍ୟାଚରୁ ୬ଟି ବିଜୟ ହୋଇ ଏକ ନମ୍ବର ସ୍ଥାନରେ ରହିଛି । କଙ୍ଗାରୁ ଦଳ କେବଳ ଭାରତଠାରୁ ହାରିଛି । ତେବେ ଦଳ ଆଜି ନ୍ୟୁଜିଲାଣ୍ଡକୁ ହରାଇ ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିବା ପାଇଁ ଚେଷ୍ଟା କରିବ । ନ୍ୟୁଜିଲାଣ୍ଡ ୨୦୧୫ ବିଶ୍ୱକପର ବଦଲା ନେବା ଲକ୍ଷ୍ୟରେ ରହିବ । କାରଣ ଗତ ବିଶ୍ୱକପରେ ନ୍ୟୁଜିଲାଣ୍ଡକୁ ଅମାନତ ହରାଇଥିଲା ଅଷ୍ଟ୍ରେଲିଆ ।
ଏବେ ଉଭୟ ଦଳ ଭଲ ଫର୍ମରେ ରହିଛନ୍ତି । ଉଭୟ ଦଳରେ ଅଲରାଉଣ୍ଡର ଖଚିତ ଅଛନ୍ତି । ଏଣୁ ସେମାନଙ୍କୁ ମୁଖ୍ୟ ଅସ୍ତ୍ର କରି ମଇଦାନକୁ ଓହ୍ଲାଇବେ ଉଭୟ ଦଳ । ବୋଲିଂ,ବ୍ୟାଟିଂ ଏବଂ ଫିଲ୍ଡିରେ ଉଭୟ ଦଳ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ଉଭୟ ଦଳ ଏକ ପ୍ରକାର ସେମିଫାଇନାଲ ପାଇଁ ରାସ୍ତା ପକ୍କା କରି ନେଇଛନ୍ତି ।