ଜାମ୍ମୁ ( ଏଟିଆର ବ୍ୟୁରୋ) ସୋମବାର ଜାମ୍ମୁ-କଶ୍ମୀରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ସକାଳ ୭: ୫୦ ମିନିଟ୍ରେ ଜାମ୍ମୁ-କଶ୍ମୀର କିସ୍ତଓ୍ଵାର୍ ଜିଲ୍ଲାରେ ଗୋଟାଏ ମିନି ବସ୍ ଭାରସାମ୍ୟ ହରାଇ ଗଭୀର ଖାଇରେ ପଡିଯାଇଥିଲା । ସୂଚନା ମୁତାବକ ଏହି ଦୁର୍ଘଟଣାରେ ୩୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହାତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଯାଇଛି ।
ପ୍ରଥମେ ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରିଥିଲେ। ପରେ ଘଟଣାସ୍ଥଳରେ ପୋଲିସ , ପ୍ରଶାସନ ପହଞ୍ଚି ଯାତ୍ରୀଙ୍କ ଉଦ୍ଧାର କାର୍ୟ୍ୟରେ ଲାଗିଥିଲେ । ସୂଚନା ମୁତାବକ ଜେକେ ୧୭-୬୭୮୭ ନମ୍ବରର ଏକ ମିନି ବସ୍ କେଶଓ୍ଵାନ୍ରୁ ଯାତ୍ରୀ ନେଇ କିସ୍ତ୍ଓ୍ଵାର୍ ଅଭିମୁଖେ ଯାଉଥିଲା ।
ଶ୍ରୀଗ୍ଓ୍ଵାରି ଠାରେ ଏହା ରାସ୍ତାରୁ ଖସି ଯାଇ ଗଭୀର ଖାଇକୁ ଖସିପଡ଼ିଥିଲା । ଯାହା ଫଳରେ ୩୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା କିସ୍ତ୍ଓ୍ଵାର୍ ଜିଲ୍ଲା ମୁଖ୍ୟାଳୟସ୍ଥିତ ପୁଲିସ କଣ୍ଟ୍ରୋଲ୍ ରୁମ୍ରୁ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ସୂଚନା ମୁତାବକ ମିନି ବସ୍ ରେ କ୍ଷମତା ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାଉ ଥିବାରୁ ଏଭଳି ଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଯାରି ରଖିଛନ୍ତି । ଏହା ସହ ଅଧିକ ଗୁରୁତର ବ୍ୟକ୍ତିମାନଙ୍କୁ ଜମ୍ମୁସ୍ଥିତ ଜିଏମ୍ସିକୁ ଅଣାଯିବା ଲାଗି ହେଲିକପ୍ଟର୍ ମଧ୍ୟ ପଠାଯାଇଛି।