ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ-ଚୀନ ସୀମାରେ ହିଂସାତ୍ମକ ସଂଘର୍ଷରେ ଅଫିସର ସମେତ ତିନି ଭାରତୀୟ ଯବାନ ସହିଦ ହୋଇଛନ୍ତି । ଏହାରି ମଧ୍ୟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍ ରାୱତ ଏବଂ ତିନି ସେନାର ପ୍ରମୁଖଙ୍କ ବ୍ୟତିତ ବିଦେଶମନ୍ତ୍ରୀ ଏସ ଜୟଶଙ୍କର ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି ରକ୍ଷାମନ୍ତ୍ରୀ ରାଜନାଥ ସିଂ । ଏହି ଅବସରରେ ଚୀନ ସୀମାର ସ୍ଥିତିକୁ ନେଇ ଆଲୋଚନା ହୋଇଛି ।
ସେନା ପକ୍ଷରୁ ମଙ୍ଗଳବାର ଏକ ବୟାନରେ କୁହାଯାଇଛି କି, ଗଲୱନ ଘାଟିରେ ଦୁଇ ସେନାର ଯବାନଙ୍କୁ ପଛକୁ ହଟିବାର ପ୍ରକ୍ରିୟା ସମୟରେ ସୋମବାର ହିଂସାତ୍ମକ ଖଣ୍ଡଯୁଦ୍ଧ ହୋଇଛି । ଯେଉଁଥିରେ ଜଣେ ଅଧିକାରୀ ଏବଂ ଦୁଇ ଯବାନ ସହିଦ ହୋଇଛନ୍ତି । ଏଥିରେ ଚୀନ ସେନାର ୩ ସୈନିକଙ୍କର ବି ମୃତ୍ୟୁ ହୋଇଛି ।
ସୂତ୍ର ମୁତାବକ, ସେନାଙ୍କ ବରିଷ୍ଠ ନେତୃତ୍ୱ ଦ୍ୱାରା ରାଜନାଥ ସିଂ ହିଂସାତ୍ମକ ସଂଘର୍ଷ ର ବିସ୍ତୃତ ସୂଚନା ନେବା ସହ ଆଗାମୀ ଯୋଜନା ଉପରେ ଆଲୋଚନା କରିଛନ୍ତି ।