ବେଙ୍ଗାଲୁର ( ଏଟିଆର ବ୍ୟୁରୋ): କର୍ଣ୍ଣାଟକରେ ଗଠ ବନ୍ଧନ ସରକାରକୁ ସୋମବାର ଏକ ବଡ ଝଟକା ଲାଗିଛି । ବିଜୟ ନଗରରେ କଂଗ୍ରେସ ବିଧାୟକ ଆନନ୍ଦ ସିଂହ ବିଧାନସଭାରୁ ଇସ୍ତପା ଦେଇଛନ୍ତି । ତେବେ ତାଙ୍କ ଇସ୍ତପା ପ୍ରସଙ୍ଗକୁ ନେଇ ବାଚସ୍ପତି ରମେଶ କୁମାର କହିଛନ୍ତି ତାଙ୍କୁ କୌଣସି ଇସ୍ତପା ପତ୍ର ପାଇ ନାହାନ୍ତି ବୋଲି କହିଛନ୍ତି ।
ସେହିଭଳି ଇସ୍ତପା ଦେବା ପାଇଁ ତାଙ୍କ ସହିତ କେହି ସଂମ୍ପର୍କ କରି ନଥିବା ସେ ରୋକ ଠୋକ ମନା କରିଛନ୍ତି । ଅନ୍ୟପଟେ ଇସ୍ତପା ଦେବାକୁ ଥିବା ବିଧାୟକ ମଧ୍ୟ ଜଣାଇ ନାହାନ୍ତି ସେ କାହିଁକି ଇସ୍ତପା ଦେଉଛନ୍ତି ବୋଲି । ବେବେ ଏହାକୁ ନେଇ ଖୋଦ ବିଧାୟକ କହିଛନ୍ତି ସେ ପ୍ରଥମେ ରାଜ୍ୟପାଳଙ୍କୁ ଭେଟିବେ ଓ କାହିଁକି ଇସ୍ତପା ଦେଉଛନ୍ତି ବୋଲି ତାଙ୍କୁ ଜଣାଇବେ ।