ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ହିନ୍ଦି ଭାଷା ପରି ଏଣିକି ସବୁ ଗୁଗଲ ଆପରେ ସ୍ଥାନ ପାଇବ ଓଡିଆ ଭାଷା ।ଏନେଇ ଗୁୁଗଲ ଘୋଷଣା କରିଛି । ଅନ୍ୟ ଆପଲିକେସନ ଆଞ୍ଚଳିକ ଭାଷା ମାନଙ୍କୁ ଏବେ ଅଧିକ ଗୁରୁତ୍ୱ ଦେଉଥିବାରୁ ଗୁଗଲ ଏଣିକି ତାର ସମସ୍ତ ଆପଲିକେସନରେ ଓଡିଆ ଭାଷାକୁ ସ୍ଥାନ ଦେବ । ଯାହା ଫଳରେ ଓଡିଆ ଭାଷା ଲୋକପ୍ରିୟ ହେବା ସହିତ ଓଡିଶା ଲୋକଙ୍କ ପାଇଁ ସହଜ ଓ ସୁନ୍ଦର ହେବ ।
ଗୁଗଲ ଲ୍ଲୋକପ୍ରିୟ ନ୍ୟୁଜ୍ ଫିଡ୍ ଆପ୍ଲିକେସନ୍ ‘ଗୁଗଲ୍ ଡିସ୍କଭର୍’ରେ ଶାସ୍ତ୍ରୀୟ ଭାଷା ଓଡ଼ିଆ ମଧ୍ୟ ସ୍ଥାନ ପାଇବ।ସୂଚନାଯୋଗ୍ୟ ପୂର୍ବରୁ ତେଲୁଗୁ, ଗୁଜୁରାଟି, ମରାଠି, ବଙ୍ଗଳା, ତେଲୁଗୁ ଭାଷାକୁ ଗୁଗୁଲ ସ୍ଥାନ ଦେଇ ସାରିଥିବା ବେଳେ ଏବେ ଓଡିଆ ଭାଷାକୁ ସ୍ଥାନ ଦେବା ପାଇଁ ଘୋଷଣା କରିଛି । ଯାହା ଫଳରେ ଇଂରାଜୀ ଭାଷା ଜାଣି ନଥିବା ଲୋକ ସହଜରେ ଇଣ୍ଟରନେଟ ବ୍ୟବହାର କରି ପାରିବେ ।
ଏବେ ଓଡ଼ିଆ ସହିତ ଉର୍ଦ୍ଦୁ ଏବଂ ପଞ୍ଜାବୀ ମଧ୍ୟ ‘ଗୁଗଲ୍ ଡିସ୍କଭର୍’ ଆପ୍ଲିକେସନ୍ରେ ଉପଲବ୍ଧ ହେବ । ପରେ ଅନ୍ୟ ଆପ୍ରେ ମଧ୍ୟ ଓଡ଼ିଆ ବିକଳ୍ପ ରହିବ। ଗୁଗଲ ସର୍ଚ୍ଚ, ଗୁଗଲ୍ ପେ’, ଗୁଗଲ୍ ଆନାଲିଟିକ୍ସ, ଗୁଗଲ୍ ଆଡ୍ସେନ୍ସ ଏବଂ ୟୁଟ୍ୟୁବ୍ ଆଦିରେ ଯେତେବେଳେ ଓଡ଼ିଆ ଭାଷା ସମ୍ପୂର୍ଣ୍ଣ ଉପଲବ୍ଧ ହେବ ଓଡ଼ିଆମାନଙ୍କ ପାଇଁ ବେସ ଲାଭ ଦାୟକ ହେବ । ଓଡିଶା ଲୋକମାନେ ଓଡିଆ ଭାଷାରେ ସୂଚନା ଜାଣିପାରିବେ ।