ପୁରୀ (ଏଟିଆର ବ୍ୟୁରୋ); ରାତି ପାହିଲେ ଘୋଷଯାତ୍ରା । ଚତୁର୍ଦ୍ଧା ମୁରତିଙ୍କ ଦର୍ଶନ କରିବା ପାଇଁ କାହିଁ କେତେଦୂରରୁ ଆସିବେ ଭକ୍ତ । ଏବେ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର । ସହରରେ ଶାନ୍ତିି ଶୃଙ୍ଖଳା ରକ୍ଷା କରିବା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି । ରଥଯାତ୍ରା ପ୍ରସ୍ତୁତି ବୈଠକରେ ସବୁ କଥା ଆଲୋଚନା କରାଯାଇଛି । ଆସନ୍ତା କାଲି ସାଢ଼େ ୭ଟାରେ ମଙ୍ଗଳ ଆଳତି, ୮ଟାରେ ମଇଲମ, ତଡ଼ପଲାଗି, ସାଢ଼େ ୮ଟାରେ ଅବକାଶ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ ।
ପୂର୍ବାହ୍ନ ସାଢ଼େ ୧୧ଟାରେ ଆଜ୍ଞାମାଳ ବିଜେ କରିବ। ପୂର୍ବାହ୍ନ ୧୦ରୁ ସାଢ଼େ ୧୨ଟା ଭୋଗମଣ୍ଡପ, ଅପରାହ୍ନ ଗୋଟାଏରେ ମଇଲମ ଓ ବେଶ, ସାଢ଼େ ୧୧ଟାରୁ ସାଢ଼େ ୨ଟା ମଧ୍ୟାହ୍ନ ଧୂପ, ଅପରାହ୍ନ ଗୋଟାଏ ୪୦ରୁ ଦ୍ବିତୀୟ ଭୋଗମଣ୍ଡପ, ଅପରାହ୍ନ ୩ଟାରେ ଦକ୍ଷିଣିଘର ଭୋଗ, ସାଢ଼େ ୩ଟାରେ ମଇଲମ ଓ ବେଶ, ଅପରାହ୍ନ ୪ଟାରୁ ୫ଟା ଭିତରେ ସନ୍ଧ୍ୟା ଆଳତୀ ଓ ସନ୍ଧ୍ୟା ଧୂପ ଶେଷ ପରେ ସନ୍ଧ୍ୟା ୬ଟାରେ ଧ୍ବଜା ଆଜ୍ଞାମାଳ ବିଜେ କରିବ। ସାଢ଼େ ୬ଟାରେ ଅଙ୍କୁର ରୋପଣ ନୀତି ସଂପନ୍ନ ହେବ। ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ତୃତୀୟ ଭୋଗମଣ୍ଡପ ନୀତି ଅନୁଷ୍ଠିତ ହେବ ।
ରାତି ୭ଟାରେ ମଇଲମ, ସାଢ଼େ ୭ଟାରେ ଚନ୍ଦନଲାଗି, ସାଢ଼େ ୮ଟାରେ ବଡ଼ସିଂହାର ବେଶ, ରାତି ୯ଟାରେ ବଡ଼ସିଂହାର ଭୋଗ ଓ ରାତି ସାଢ଼େ ୯ଟାରେ ପହୁଡ଼ ଆଳତି ଅନୁଷ୍ଠିତ ହେବ। ରାତି ୯ଟା ୪୫ରେ ଶ୍ରୀମୁଖ ଖଣ୍ଡୁଆ ପରେ ରାତି ୧୦ଟା ୪୫ରେ ବାହୁଟ କଣ୍ଟ ନୀତି ଅନୁଷ୍ଠିତ ହେବ। ପରେ ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ।