ସମ୍ବଲପୁର (ଏଟିଆର ବ୍ୟୁରୋ): ଆଗକୁ ଆସୁଛି ସମ୍ବଲପୁରର ଗଣପର୍ବ ନୂଆଁଖାଇ । ପ୍ରତିବର୍ଷଭଳି ଏବର୍ଷ ଏହି ପର୍ବକୁ ପାଳନ କରିବା ପାଇଁ ଲୋକଙ୍କ ଉତ୍ସାହିତ ଅଛନ୍ତି । ହେଲେ ଚଳିତବର୍ଷ ମହାମାରୀ କରୋନା ଯେପରି ସମସ୍ତଙ୍କ ନିଦ ହଜାଇ ଦେଇଛି ସେଥିପାଇଁ ପର୍ବ ପାଳନ ସମୟରେ କିଛିଟା କଟକଣା ଦେଖିବାକୁ ମିଳିବ । ତେବେ ଆସନ୍ତା ୨୩ତାରିଖରେ ପାଳନ ହେବାକୁ ଥିବା ନୂଆଁଖାଇ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ଲଗ୍ନ ମଧ୍ୟ ନିରୂପଣ କରାଯାଇଛି ।
ଝାଡୁଆପଡା ସ୍ଥିତ ବ୍ରହ୍ମପୁରା ମନ୍ଦିର ପ୍ରାଙ୍ଗଣରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଭାର ବୈଠକରେ ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ୨୩ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀର ଦିନ ପୂର୍ବାହ୍ନ ୯ଟା ୩୫ ମିନିଟରୁ ୯ଟା ୫୦ ମଧ୍ୟରେ ପ୍ରଶସ୍ତ ତୁଳା ଲଗ୍ନରେ ଦେବୀଙ୍କୁ ନବାନ୍ନ ଅର୍ପଣ ଲାଗି ଶୁଭ ଲଗ୍ନ ଆଯୋଜିତ ପଣ୍ଡିତ ସଭାରେ ଧାର୍ଯ୍ୟ ହୋଇଛି । ମନ୍ଦିର ପ୍ରାଙ୍ଗଣରେ ପାରମ୍ପରିକ ପୂଜା ପରେ ପାଞ୍ଜି ଦେଖି ନୂଆଁଖାଇ ଲଗ୍ନ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ଏହାପରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ଲୋକେ ନିଜ ନିଜ ଘରର ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024