କୋଲକାତା ( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୁଣି ନ୍ନ୍୍ର ଦେଇଛି ବଡ ଝଟକା । ଗତ ଜୁଲାଇ ୨୭ ରେ ପଶ୍ଚିମବଙ୍ଗଳା ବିଧାନସଭାରେ ରାଜ୍ୟର ନାମ ବଦଳା ଯାଇ ତିନି ଭାଷା ବଙ୍ଗଳା ଏବଂ ଇଂରାଜୀ ଏବଂ ହିନ୍ଦୀରେ ‘ବାଂଗ୍ଲା” ରଖିବା ପାିଁ ପ୍ରସ୍ତାବ ଗୃହିତ ହୋଇଥିଲା । ସୂଚନାଯୋଗ୍ୟ ଏହା ପୂର୍ବରୁ ଅଗଷ୍ଟ ୨୯ ତାରିଖ ୨୦୧୬ ରେ ସଦନରେ ତିନିଟି ଅଲଗା ଅଲଗା ନାମ ରଖିବାକୁ ସ୍ଥିର କରାଯାଇଥିଲା ।
ଯେଉଁଥିରେ ବଙ୍ଗଳାରେ ବାଗ୍ଲା ଏବଂ ଇଂରାଜୀରେ ବେଙ୍ଗଲ ଏବଂ ହିନ୍ଦୀରେ ବଙ୍ଗାଲ ରଖାଯିବା ପାଇଁ ସ୍ଥିର ହୋଇଥିଲା । ସେତେବେଳେ କେନ୍ଦ୍ର ସରକାର ଏଥିରେ ଆପତ୍ତି ଉଠାଇଛି । ତେବେ ଜାଣନ୍ତୁ ଏନେଇ କ’ଣ ରହିଛି ପ୍ରକ୍ରିୟା ? ଭାରତୀୟ ସଂମ୍ବିଧାନ ଅନୁଛେଦ ୩ ଅନ୍ତର୍ଗତ ରାଜ୍ୟର ସୀମା, ନାମ ଏବଂ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ସଂସଦରେ ଏକ ପ୍ରମୁଖ ପ୍ରକ୍ରିୟାରେ ହୋଇଥାଏ ।
ସେହି ଅନୁସାରେ ସଂସଦରେ ଏହାକୁ ଆଇନରେ ପରିଣତ କରାଯାଇ କାର୍ଯ୍ୟ କରାଯାଇଥାଏ । ସେହିଭଳି ଆଇନ ଅନୁସାରେ ଯେଉଁ ରାଜ୍ୟର ନା ମ ପରିବର୍ତ୍ତନ କିମ୍ଭା କ୍ଷେତ୍ର ପରିବର୍ତ୍ତନ କରାଯିବ ସେହି ରାଜ୍ୟର ବିଧାନ ସଭାରେ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠା ଯିବ ।