ପୁରୀ (ଏଟିଆର ବ୍ୟୁରୋ); ଗତକାଲି ସଅଳ ଶରଧା ବାଲିରେ ପହଁଞ୍ଚି ଯାଇଥିଲା ତିନି ରଥ । ଆଉ ଗତକାଲି ସଂଦ୍ଧ୍ୟାଠାରୁ ଅଗଣିତ ଭକ୍ତଙ୍କୁ ରଥ ଉପରେ ରହି ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୁରତୀ । ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଛି ଭକ୍ତଙ୍କ ଭିଡ । ଆଜି ଅପରାହ୍ନ ପର୍ଯ୍ୟନ୍ତ ଭକ୍ତମାନେ ଭଗବାନଙ୍କୁ ଶରଧା ବାଲି ନିକଟରେ ଦର୍ଶନ କରିବେ । କିନ୍ତୁ ଅପରାହ୍ନ ପରେ ଶ୍ରୀଜିଉ ଶ୍ରୀଗୁଣ୍ଡିଚା ରାଣୀଙ୍କ ମନ୍ଦିରରେ ପ୍ରବେଶ କରିବେ ।
ସମୟ ଚୂଡ଼ାନ୍ତ ହୋଇନଥିଲେ ବି ଅପରାହ୍ଣ ୩ଟାରୁ ୪ଟା ଭିତରେ ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିପାରନ୍ତି ବୋଲି ଜଣାପଡ଼ିଛି। ଆଡ଼ପ ବିଜେ ପରେ ଦର୍ଶନ ବନ୍ଦ ରହିବ। ପହଣ୍ଡି ବିଜେ ପର ଦିନ ଦର୍ଶନ ଆରମ୍ଭ ହେବ। ସକାଳ ସାଢ଼େ ୭ଟାରୁ ସାଢ଼େ ୮ଟା ମଧ୍ୟରେ ଭକ୍ତମାନେ ସାହାଣମେଲା ଦର୍ଶନ କରିପାରିବେ। ମାଉସୀଙ୍କ ଘରେ ୯ଦିନ ପାଇଁ ରହିବେ କାଳିଆ ସାଆନ୍ତେ । ଭକ୍ତମାନେ ତାଙ୍କୁ ଆଡପ ମଣ୍ଡପରେ କରିବେ ଦର୍ଶନ ।
ବର୍ଷତମାମ ଶ୍ରୀମନ୍ଦିରରେ ଦର୍ଶନ କରୁଥିଲେ ଭକ୍ତ କିନ୍ତୁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିବାର ଅନୁଭୂତି କିଛି ନିଆରା । ମହାପ୍ରଭୂ ଜ୍ୱରରୁ ଭଲ ହେବା ପରେ ମାଉସୀଙ୍କ ଘରକୁ ଭାଇ ଭଉଣୀ ଏବଂ ସୁଦର୍ଶନଙ୍କୁ ଧରି ଆସିଛନ୍ତି । ତେବେ ଏଠାରେ ପୋଡ ପିଠା ଭୋଗ ହୋଇଥାଏ । ଏହି ପୋଡ ପିଠା ଭୋଗ ପାଇବା ପାଇଁ ଭକ୍ତଙ୍କ ଭିଡ ମଧ୍ୟ ଲାଗିବ ।