ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଧାନସଭା ଅଧିବେଶନ ସମୟରେ ଶାସକ ଦଳର ନେତାମାନଙ୍କୁ ନିଜ ପ୍ରଶ୍ନ ମାଧ୍ୟମରେ ହୁଲସ୍ଥୁଲ କରିଦେଉଥିବା ତାରା ପ୍ରସାଦ ବାହିନୀପତି ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି । ସବୁବେଳେ ଭିନ୍ନ ଶୈଳୀରେ ଶାସକ ଦଳକୁ ନିଜ ପ୍ରଶ୍ନର ବାଣରେ ଘାଇଲା କରୁଥିବା ଭାଲୁ ଭାଇନା ଏବେ ଗୀତ ଗାଇ ଶାସକ ଦଳକୁ ଅଡୁଆରେ ପକାଇଛନ୍ତି । ବେଶ ସକରାତ୍ମକ ଢଙ୍ଗରେ ରାଜନୈତିକ ସମାଲୋଚନା ମୂଳକ ଏକ ଗୀତ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି ।
ବର୍ତ୍ତମାନ ସମୟରେ ଯେଉଁଭଳି ଭାବରେ ରାଜ୍ୟରେ ମଦ, ନାରୀ ନିର୍ଯ୍ୟାତନା , ଯୋଜନା ଉପରେ ହେଉଥିବା ଯୋଜନା, ଟଙ୍କିକିଆ ଚାଉଳ ଲୋକଙ୍କୁ ଦେଇ ଅଳସୁଆ କରିଦିଆଯାଉଛି ସେହି ସବୁ ପ୍ରସଙ୍ଗ ଏହି ଗୀତରେ ଉଠାଇଛନ୍ତି ଭାଇନା । ଗୀତ ମଝିରେ ଭାଲୁ ଭାଇନା ମୁଖ୍ୟମନ୍ତ୍ରୀଙ୍କର ଲୋକ ପ୍ରିୟ ମାନିଆ ‘ ଆପଣ ମାନେ ଖୁସିତ’ କହୁଥିବାର ଦେଖିବାକୁ ମିଳୁଛି । କେ ୱାନ ଲାଇଭ ପକ୍ଷରୁ ଭୁବନେଶ୍ୱରର ଏକ ଷ୍ଟୁଡିଓରେ ଏହି ଗୀତକୁ ରେକର୍ଡ କରାଯାଇଛି । କଣ୍ଠଶିଳ୍ପୀ ମୋନାଲିଙ୍କ ସହ ବେଶ ଖୁସିରେ ଭାଲୁଭାଇନା ଗୀତ ଗାଉଥିବାର ଦେଖିବାକୁ ମିଳିଛି ।