ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ପାଇଁ ପାକିସ୍ତାନ ତାର ବିମାନ କ୍ଷେତ୍ର ବନ୍ଦ କରିବା ଦ୍ୱାରା ଭାରତୀୟ ବିମାନ କମ୍ପାନୀକୁ ୫୪୮ କୋଟି ଟଙ୍କାର କ୍ଷତି ହୋଇଛି । ନିକଟରେ ପାକିସ୍ତାନ ପକ୍ଷରୁ ବିମାନ କ୍ଷେତ୍ର ବନ୍ଦ ରଖିବାର ସମୟ ସୀମାକୁ ଜୁଲାଇ ୧୨ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ବାଲାକୋଟରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ତାର ବିମାନ ବନ୍ଦରକୁ ବନ୍ଦ ରଖିଛି ।
ପାକିସ୍ତାନର ଏହି ନିଷ୍ପତି ଯୋଗୁଁ ପଶ୍ଚିମ-ମଧ୍ୟ ଏସିଆ ସମେତ ବିଭିନ୍ନ ଦେଶକୁ ଜାତାୟତ କରୁଥିବା ଭାରତୀୟ ଏୟାରଲାଇନ୍ସର ବିମାନ ଗୁଡିକୁ ଆରବ ସାଗର ଦେଇ ଯିବାକୁ ପଡୁଛି । ଯାହାଫଳରେ ଭାରତୀୟ ଏୟାରଲାଇନ୍ସକୁ କ୍ଷତି ହେଉଛି ।
ନିକଟରେ ଜି-୨୦ ସମ୍ମିଳନୀରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ବାୟୁସୀମା ଦେଇ ନଯାଇ ସେ ଆରବ ସାଗର ଏବଂ ଓମାନ ହୋଇ କିର୍ଗିସ୍ତାନର ରାଜଧାନୀରେ ପହଁଚିଥିଲେ ।