ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଜି ମୋଦି ସରକାର ୨.୦ର ପ୍ରଥମ ଅର୍ଥ ବଜେଟ ଉପସ୍ଥାପନ ହେଉଛି । ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ସବୁବେଳେ କୃଷି ଏବଂ କୃଷକଙ୍କ ସମ୍ପର୍କରେ ସଂସଦରେ ଉଠିଥାଏ କଥା । ତେବେ ଆଜି ମଧ୍ୟ ପ୍ରଥମାର୍ଦ୍ଧରୁ କୃଷକଙ୍କ କଥା ଉଠାଇଛନ୍ତି ଅର୍ଥମନ୍ତ୍ରୀ । ସେ କହିଛନ୍ତି କି ଯୋଜନାର ଆଗରେ ରହିବେ ଚାଷୀ,ଗାଁ ଏବଂ ଗରୀବ । ତେବେ ଜାଣନ୍ତୁ ଆଉ କେଉଁ ସବୁ ବିଷୟରେ କହିଛନ୍ତି ଅର୍ଥମନ୍ତ୍ରୀ ।
୧- ବିଜୁଳି ସେବା ପାଇଁ ୱାନ ନେସନ,ୱାନ ଗ୍ରୀଡ ଯୋଜନା
୨- ମିଡିଆ କ୍ଷେତ୍ରରେ ବିଦେଶ ପୁଞ୍ଜି ନିବେଶ ଯୋଜନା
୩- ସରକାରଙ୍କ ସମସ୍ତ ପଦକ୍ଷେପର କେନ୍ଦ୍ର ବିନ୍ଦୁ ଗାଁ,ଗରୀବ ଏବଂ ଚାଷୀ
୪- ରେଳବାଇ ଭିତ୍ତି ଭୂମି ପାଇଁ ୫୦ ଲକ୍ଷ କୋଟି ବିନିଯୋଗ ଆବଶ୍ୟକ
୫- ୨୦୧୮ରୁ ୨୦୩୦ ପର୍ଯ୍ୟନ୍ତ ଏହି ଟଙ୍କା ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ
୬- ଉଜ୍ୱଳା,ସୌଭାଗ୍ୟ ଯୋଜନାରେ ଗାଁର ଚିତ୍ର ବଦଳିଛି
୭- ଓାରା ଦେଶକୁ ଗ୍ରୀଡ ବିଜୁଳି ମିଳିବ ।
୮- ୪ ବର୍ଷରେ ଗଙ୍ଗା ଉପରେ କାର୍ଗୋ ପରିବହନ
୯- ପ୍ରତି ଘରକୁ ପିଇବା ପାଣି ଯୋଗାଯିବ
୧୦- ଅନ୍ନଦାତାଙ୍କୁ ଉର୍ଜାଦାତା ବନାଇବା ଲକ୍ଷ୍ୟ