ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏକ ଯୋଜନାକୁ ନେଇ ଏବେ ଚର୍ଚ୍ଚାରେ ରହିଛି ବିଜେପି ସରକାର । ଆଜ୍ଞା ହଁ ଲୋକସଭା ନିର୍ବାଚନରେ ଦେଇଥିବା ପ୍ରତିଶୃତି ଏବଂ ବିଜେପିର ସବକା ସାଥ୍ ସବକା ବିକାଶ ଏବଂ ସବକା ବିଶ୍ୱାସକୁ ଆଗକୁ ବଢାଇବା ଯାଇ ବିଦ୍୍ୟୁତ ବିହୀନ ପରିବାରକୁ ,ପାହାଡିଆ ଅଞ୍ଚଳ ତଥା ପଶ୍ଚିମ କାର୍ବି ଆଗ୍ଲୋଂଗ ଜିଲ୍ଲା କାକ୍ ର ମୁଖ୍ୟ କାର୍ଯ୍ୟକାରୀ ସଦସ୍ୟ ତୁଳୀରାମ ରାଂଗହାଂଗ ମାଗଣାରେ ସୋଲାର ଲାଇଟ୍ ବିତରଣ କରିଛନ୍ତି ।
ସେ ପଶ୍ଚିମ କାର୍ବି ଆଗ୍ଲୋଂଗର କ୍ଷେରଣୀ କ୍ଷେତ୍ର ଗସ୍ତରେ ଯାଇ ଜେଂଖା ଏବଂ ଲାଂଗ୍ମେଣୀ ନାମକ ସ୍ଥାନରେ ଆୟୋଜିତ ଏକ ବିତରଣ ସଭାରେ କାକ୍ ର ନଅ ନମ୍ବର ଆମରେଂଗ ପରିଷଦ କ୍ଷେତ୍ରର ଉପଲାଂଗ୍ସୋଂ, ବାଇଦା ଗାଁ ଏବଂ ଆଠ ନମ୍ବର ହାମରେନ ପରିଷଦ କ୍ଷେତ୍ରର ଇଂଗଲୋଗ କେଜାଇ ନାମକ ଗାଁର ପାଖାପାଖି ୩୪୨ ପରିବାରକୁ ସୋଲାର ବଣ୍ଟନ କରିଛନ୍ତି ।
ଖବରମୁତାବକ, ଏହି ସମସ୍ତ ଗାଁ ପାହାଡିଆ ଅଞ୍ଚଳରେ ଅବସ୍ଥିତ ଥିବାରୁ ଏଠାରେ ବିଦ୍୍ୟୁତିକରଣ ସ୍ଥିତି ଠିକ୍ ନାହିଁ । ସେଥିପାଇଁ ଏହି ସମସ୍ତ ଗାଁର ନେତାଙ୍କ ଉପସ୍ଥିତିରେ ତୁଳୀରାମ କହିଛନ୍ତି କି ଆମେ ଯାହା ବି ପ୍ରତିଶୃତି ଦେଇଥାଉ ତାକୁ ପୂରଣ କରିବାକୁ ପ୍ରୟାସ ମଧ୍ୟ କରିଥାଉ ।