ମୁମ୍ବାଇ ( ଏଟିଆର ବ୍ୟୁରୋ): ଆଗକୁ ଆସିବାକୁ ଥିବା ସିନେମା “ ସାହୋ’’ ର ପ୍ରଥମ ଗୀତ ଆଜି ମୁକ୍ତିଲାଭ କରିଛି । ତେଲୁଗୁ, ହିନ୍ଦୀ, ମାଲାୟଲମ ଓ ତମିଲ ଭାଷାରେ ଗୀତଟି ରିଲିଜ ହୋଇଛି । ସିନେମାଟିର “ ସାଇକୋ ସେୟାଁ’’ ଗୀତକୁ ସଚିତ ଟଣ୍ଡନ, ଧ୍ୱନୀ ଅନୁସାଲୀ ଏବଂ ତାନିଷ୍କ ବାଗଚି ପ୍ରମୁଖ ଗାଇଛନ୍ତି । ବାହୁବଳୀ ଫ୍ରେମ ଅଭିନେତା ପ୍ରଭାସ ଏବଂ ଚୁଲବୁଲି ଶ୍ରଦ୍ଧା କପୁର ଏଥିରେ ପୁରା ରୋମାଣ୍ଟକ ମୁଡରେ ନଜର ଆସିଛନ୍ତି । ସୂଚନାଯୋଗ୍ୟ ଏହି ନିକଟରେ ଏହି ଗୀତଟିର ଟ୍ରିଜର ମଧ୍ୟ ନଜରକୁ ଆସିଥିଲା । ଯାହା ଶୋସାଲ ମିଡିଆରେ ଧୁମ ମଚାଇ ଥିଲା ।
ଏହି ଗୀତରେ ଶ୍ରଦ୍ଧା ଓ ବାହୁବଳୀ ପ୍ରଭାସଙ୍କ ରୋମାନ୍ସ ଦେଖିବାକୁ ମିଳିଛି । ସେହିଭଳି ଏହି ଗୀତରେ ପ୍ରଭାସ ତାଙ୍କ ଖାସ ଅନ୍ଦାଜରେ ଡ୍ୟାନ୍ସ କରିଛନ୍ତି । ସେହିଭଳି ଗୀତ ରଚନା ଏବଂ ସ୍ୱରରେ ସଜାଇଛନ୍ତି ତନିଷ୍କ ବାଗଚି । ଗତ ମାସରେ ସିନେମାର ଟ୍ରିଜର ସାମ୍ନାକୁ ଆସିଥିଲା । ଯାହାକୁ ୟୁ ଟ୍ୟୁବରେ ଚାରି କୋଟିରୁ ଅଧିକ ୟୁଜର୍ସ ଦେଖି ସାରିଲେଣି । ଯେଉଁଥିରେ ପୁରା ଅକ୍ସନ ଭୂମିକାରେ ଦେଖା ଦେଇଛନ୍ତି ବାହୁବଳୀ ପ୍ରଭାସ । ସେହିଭଳି ଆଜି ଗୀତଟି ପଡୁପଡୁ ପ୍ରଥମ ଦିନରେ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।
ଏହି ସିନେମାରେ ପ୍ରଭାସ ଓ ଶ୍ରଦ୍ଧା କପୁରଙ୍କ ବ୍ୟତୀତ ନିଲ ନିତିଶ ମୁକେଶ, ଜାକି ଶ୍ରଫ୍, ମନ୍ଦିରା ବେଦି, ମହେଶ ମାଜରେକର, ଚଂକି ପାଣ୍ଡେ, ଅରୁଣ ବିଜୟ, ମୁରଲି ଶର୍ମା ପ୍ରମୁଖଙ୍କୁ ଦେଖିବାକୁ ମିଳିବ । ତେବେ ଏହି ସିନେମାର ବଜେଟ ୧୫୦ କୋଟି ଟଙ୍କା ରହିଛି । ସିନେମାରେ କେବଳ ଆକ୍ସନ ସିନ ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି । ତେବେ ଦେଖିବାକୁ ବାକି ରହିଲା ସାହୋ ଟ୍ରିଜର ପରି ଗୀତ ମାର୍କେଟରେ କେତେ ଧୂମ ମଚାଉଛି ।