ଗୋଆ ( ଏଟିଆର ବ୍ୟୁରୋ): ଏଣିକି ବିବାହ ପୂର୍ବରୁ ବିବାହ କରିବାକୁ ଥିବା ପୁଅ ଏବଂ ଝିଅ ଉଭୟଙ୍କ ଏଚଆଇଭି ଟେଷ୍ଟ କରାଯିବ । ଏମିିତି ଏକ ନୂଆ ନିୟମ ଖୁବ ଶିଘ୍ର ଆଣି ଆସୁଛନ୍ତି ଗୋଆ ସରକାର । ଗୋଆ ସ୍ୱାସ୍ଥ୍ୟମନ୍ତ୍ରୀ ବିଶ୍ୱଜିତ ରାଣେ ମଙ୍ଗଳବାର କହିଛନ୍ତି କି ସରକାର ବିବାହ ପଞ୍ଚିକରଣ କରିବା ପୂର୍ବରୁ ଏଚଆଇଭି ପରକ୍ଷା ବାଧ୍ୟତା ମୂଳକ କରିବା ପାଇଁ ବିଚାର ବିମର୍ଶ କରୁଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭା ଅଧିବେସନ ଅବସରରେ ମନ୍ତବ୍ୟ ଦେଇ କହିଛନ୍ତି ଲୋକଙ୍କ ହିତ ପାଇଁ କିଛି ନୂଆ କରିବା ଆମର କର୍ତ୍ତବ୍ୟ । ମୁଁ ଚାହୁଛି ବିବାହ ପୂର୍ବରୁ ଏଚଆଇଭ ଟେଷ୍ଟ ପାଇଁ ଆଇନ ହେଉ ବୋଲି । ଏଥିପାଇଁ ପବ୍ଲିକ ସ୍ୱାସ୍ଥ୍ୟ ଆକ୍ଟରେ ପରିବର୍ତ୍ତନ କରାଯିବ । ସେହିଭଳି ଏହି ଆଇନକୁ ତୁରନ୍ତ ଲାଗୁ କରିବା ପାଇଁ ଯୋଜନା ଆରମ୍ଭ ହୋଇ ଯାଇଛି ।
ଏମିତି କି କିଛି ବିଭାଗକୁ ଏନେଇ ମତାମତ ଦେବାକୁ ଚିଠି ମଧ୍ୟ କରାଯାଇଛି । ଯାହାର ବିଚାର ବିମର୍ଷ ପରେ ଆଇନ ବନାଇବା ପାଇଁ ଆଗାମୀ ପଦକ୍ଷେପ ନିଆଯିବ । ଏନେଇ ବିଭାଗରୁ ମଞ୍ଜୁରୀ ମିଳିବା ପରେ ଏହାକୁ ଆଇନରେ ପରିଣତ କରିବା ପାଇଁ ବିଧାନସଭା ଅଧିବେଶନରେ ଉପସ୍ଥାପନା କରାଯିବ । ସୂଚନାଯୋଗ୍ୟ ଯଦି ଏହି ଆଇନ ପାସ ହୋଇଯାଏ ତେବେ ଏମିତି ଏକ ଆଇନ ପ୍ରଣୟନ କରିବାରେ ଗୋଆ ପ୍ରଥମ ରାଜ୍ୟ ହେବ ।