ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ୨୦ବର୍ଷ ପରେ ରାଜ୍ୟସଭାର ଅଧ୍ୟକ୍ଷ ପଦରେ ବସି ଗୃହ ପରିଚାଳନା କଲେ ଓଡିଆ ସାଂସଦ । ପ୍ରଥମ ଥର ପାଇଁ ବିଜେଡିର ସାଂସଦ ଡ, ସସ୍ମିତ ପାତ୍ର ଏକ ଘଣ୍ଟାରୁ ଅଧିକ ସମୟ ଧରି ଅଧ୍ୟକ୍ଷ ପଦରେ ବସି ଗୃହ ପରିଚାଳନା କରିଥିଲେ । ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଗୃହକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ସସ୍ମିତ ପାତ୍ର ।
ଓଡ଼ିଶାର ଜଣେ ସାଂସଦ ରୂପେ ସସ୍ମିତ ପାତ୍ରଙ୍କ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ମନୋନୀତ ହେବା ପରେ ତଥା ଆଜିର ଗୃହ ପରିଚାଳନାରେ ତାଙ୍କର ନିପୁଣତାକୁ ନେଇ ରାଜ୍ୟସଭାର ସାଂସଦମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ପ୍ରଶଂସା ମଧ୍ୟ କରିଥିଲେ ।
ସୂଚନାନୁଯାୟୀ , ପୂର୍ବରୁ ଜୁଲାଇ ମାସରେ ରାଜ୍ୟସଭାର ଅଧ୍ୟକ୍ଷ ଏମ୍.ଭେଙ୍କିଆ ନାଇଡୁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲକୁ ସସ୍ମିତାଙ୍କ ସହିତ ଛଅଜଣ ସଦସ୍ୟଙ୍କୁ ମନୋନୀତ କରିଥିଲେ । ରାଜ୍ୟସଭାରେ ଉତ୍ତମ ପ୍ରର୍ଦଶନ ଯୋଗୁଁ ସସ୍ମିତ ପାତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ବାରା ବିଭିନ୍ନ ସମୟରେ ପ୍ରଶଂସିତ ହୋଇ ସାରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024