ପଶ୍ଚିମବଙ୍ଗ (ଏଟିଆର ବ୍ୟୁରୋ); ଆଜି କ୍ରିକେଟ ମହାକୁମ୍ଭର ସେମିଫାଇନାଲ । ଯେଉଁଥିରେ ନ୍ୟୁଜିଲାଣ୍ଡକୁ ଭେଟିଛି ଭାରତ । ଏନେଇ ଏବେ ସାରା ଦେଶରେ କ୍ରିକେଟ ମାନିଆ ଦେଖିବାକୁ ମିଳିଛି ।
ବିଭିନ୍ନ ଢ଼ଙ୍ଗରେ ଭାରତୀୟ ଖେଳାଳିଙ୍କୁ ଚିୟର କରିଛନ୍ତି କ୍ରିକେଟ ପ୍ରେମୀ । ଏହି ଅବସରରେ ପଶ୍ଚିମବଙ୍ଗର ହାୱଡାରେ ଏକ ନିଆରା ଦୃଶ୍ୟ ସାମନାକୁ ଆସିଛି ।
ଏକ ମିଠା ଦୋକାନରେ ମାହି ଏବଂ କୋହଲିଙ୍କର ପାଞ୍ଚ ଫୁଟ୍ ଆଠ ଇଞ୍ଚର ଦୁଇଟି ପ୍ରତିମୂତ୍ତି ଭଳି ମିଠାଇ ପ୍ରସ୍ତୁତ କରାଯାଇଛି । ଧୋନୀ ଏବଂ ମାହିଙ୍କ ଫଟୋ ବ୍ୟତିତ ବ୍ୟାଟ ଏବଂ ବଲର ତିଆରି କରାଯାଇଛି । ଯାହାକି ଏବେ ଭାଇରାଲ ହେବାରେ ଲାଗିଛି ।
ୟୁଜରର୍ସମାନେ ସୋସିଆଲ ମିଡିଆରେ ଏହି ଫଟୋ ସବୁ ମୋବାଇଲରୁ ମୋବାଇଲକୁ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।