ଲଣ୍ଡନ (ଏଟିଆର ବ୍ୟୁରୋ); ମଙ୍ଗଳବାର ଚଳିତ ବିଶ୍ୱକପର ପ୍ରଥମ ସେମିଫାଇନାଲ ଖେଳାଯାଇଥିଲା । ପ୍ରଥମରୁ ପାଗ ଟିକେ କୋହଲା ହୋଇଥିଲେ ସୁଦ୍ଧା ମ୍ୟାଚ ଆରମ୍ଭ ହୋଇଥିଲା । କିନ୍ତୁ ପରେ ବର୍ଷା ହେବାରୁ ମ୍ୟାଚକୁ ରିଜର୍ଭକୁ ଘୁଞ୍ଚାଯାଇଛି । ଏଣୁ ଆଜି ପୁଣିଥରେ ସେମିଫାଇନାଲ ମ୍ୟାଚଟି ଖେଳାଯିବ । ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା।
ବର୍ଷା ପାଖାପାଖି ୫ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିଲା। ବର୍ଷା ଛାଡ଼ିବା ପରେ ଗ୍ରାଉଣ୍ଡ୍ ନିରୀକ୍ଷଣ କରାଯାଇଥିଲା। ଯାଞ୍ଚ ପରେ ଦେଖାଗଲେ ଗ୍ରାଉଣ୍ଡ୍ ଖେଳିବା ଉପଯୋଗୀ ହୋଇ ନଥିଲା। ସେଥିପାଇଁ ମ୍ୟାଚ୍କୁ ବାତିଲ୍ କରାଯାଇଥିଲା। ଏହା ସହିତ ମ୍ୟାଚ୍କୁ ରିଜର୍ଭ ଡେ’କୁ ଅର୍ଥାତ୍ ବୁଧବାରକୁ ଘୁଞ୍ଚାଇ ଦିଆଯାଇଥିଲା। ଗତକାଲି ମ୍ୟାଚ୍ ଯେଉଁଠି ଅଟକି ଥିଲା, ଆଜି ସେହିଠାରୁ ହିଁ ଆରମ୍ଭ ହେବ। ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ୍ ଆଜି ପୂରା ୫୦ ଓଭର୍ ବ୍ୟାଟିଂ କରିବ ଏବଂ ଭାରତ ଆଗରେ ବିଜୟ ପାଇଁ ଟାର୍ଗେଟ୍ ରଖିବ।
ବର୍ଷାର ଖେଳ ଆରମ୍ଭ ପୂର୍ବରୁ ଭାରତୀୟ ବୋଲରଙ୍କ ପ୍ରାଧାନ୍ୟ ରହିଥିଲା। ଯଶପ୍ରୀତ୍ ବୁମରା ଏବଂ ଭୁବନେଶ୍ବର କୁମାର ପ୍ରଥମ ଦୁଇ ଓଭର ମେଡ଼େନ୍ ପକାଇବା ପରେ ନ୍ୟୁଜିଲାଣ୍ଡ୍ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିଥିଲା। ଉଭୟ ମିତ୍ତବ୍ୟୟୀ ବୋଲିଂ କରିବାରୁ ଭାରତ ଶେଷାନ୍ତ ଓଭର ପର୍ୟ୍ୟନ୍ତ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିଲା। ନ୍ୟୁଜିଲାଣ୍ଡ୍ ରନ୍ ବର୍ଷା ଆରମ୍ଭ ବେଳ ଆସିବା ବେଳକୁ ଅସଲ ବର୍ଷାର ଖେଳ ଆରମ୍ଭ ହୋଇଯାଇଥିଲା। ରସ୍ ଟେଲର୍ (୬୭ଞ୍ଚ) ଏବଂ ଟମ୍ ଲଥାମ (୩ଞ୍ଚ) ଅପରାଜିତ ରହିଥିଲେ। ସଂରକ୍ଷିତ ଦିନ ଥିବାରୁ ମ୍ୟାଚ୍ ବୁଧବାର ପୁଣି ଏହିଠାରୁ ଆରମ୍ଭ ହେବ।