ମୁମ୍ବାଇ( ଏଟିଆର ବ୍ୟୁରୋ): ଗତ ୭ ତାରିଖରେ ପତ୍ରକାରଙ୍କୁ ଅପମାନ କରିବା ଅଭିଯୋଗରେ କଙ୍ଗନାଙ୍କୁ ବଏକଟ କରିବା ପାଇଁ ( ଇଜେଜି) ନିଷ୍ପତ୍ତି ନେଇଛି । କଙ୍ଗନା ନିଜ ଭୁଲ ସ୍ୱୀକାର ନ କରିବା ପର୍ଯ୍ୟନ୍ତ ଏହା ଲାଗୁ ରହିବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଗତ ୭ ତାରିଖରେ “ଜର୍ଜମେଣ୍ଟଲ ହେ କ୍ୟା’’ ସିନେମାର ଗୀତ ରିଲିଜ ହେବା ସମୟରେ ପତ୍ରକାର ଜଷ୍ଟିସ ରାଓ ଙ୍କୁ ଅପମାନିତ କରିଥିଲେ କଙ୍ଗନା । ଯାହାର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ଯାହାକୁ ନେଇ ସେଠାରେ ସାମ୍ବାଦିକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।
ତେବେ ଏହି ଘଟଣାକୁ ନେଇ ଚ୍ଚଳଚିତ୍ର ସାମ୍ବାଦିକଙ୍କ ନବନିିର୍ମିତ ସମୁହ “ ଏଣ୍ଟରଟେନମେଣ୍ଟ ଗିଲ୍ଡ ଅଫ ଇଣ୍ଡିଆ” ପକ୍ଷରୁ ଜର୍ଜମେଣ୍ଟଲ ହେ କ୍ୟା ସମେତ ଆଗକୁ ଆସିବାକୁ ସମସ୍ତ ସିନେମା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବଏକଟ କରିବା ପାଇଁ ମୁମ୍ବାଇରେ ଆୟୋଜିତ ବରିଷ୍ଠ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ଏହି ଅବସରରେ ସିନେମାର ପ୍ରଯୋଜକ ଏକତା କପୁରଙ୍କୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି ।
ଜୁଲାଇ ୭ ତାରିଖରେ ଜର୍ଜମେଣ୍ଟଲ ହେ କ୍ୟା ସିନେମାର ପ୍ରମୋସନ ସମୟରେ ଏହି ଘଟଣା ଘଟିଥିଲା । ଯେଉଁ ସମୟରେ ଏକତା ନିଜେ ମଞ୍ଚରେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଏହି ଘଟଣାକୁ ନେଇ ନିଜେ ଏକତା କହିଛନ୍ତି ଗୀତ ରିଲିଜ ସମୟରେ ଯାହା କିଛି ବି ହୋଇଛି ସେ ନେଇ ମୁଁ କ୍ଷମା ମାଗିବାକୁ ପ୍ରସ୍ତୁତ ରହିଛି । ଏମିତି କି ଏକ ଲିଖିତ ଭାବେ ମଧ୍ୟ ସାର୍ବଜନିନ କରିବି ବୋଲି କହିଛନ୍ତି ।
Ek baat ka main vaada karti hoon, Kangana se apology toh nahin milegi, in bikau, nange, deshdrohi, desh ke dalal, libtard mediawalon ko, magar woh tumko dho dho kar sidha zaroor karegi … just wait and watch, tumne galat insaan se maafi mangi hai … 🙏 pic.twitter.com/gm8UvupO3S
— Rangoli Chandel (@Rangoli_A) July 9, 2019
ତେବେ ଏହି ଘଟଣାକୁ ନେଇ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ କହିଛନ୍ତି କଙ୍ଗନା କୌଣସି ବି ପରିସ୍ଥିତିରେ କ୍ଷମା ମାଗିବେ ନାହିଁ । କେବଳ ସେତିକି ନୁହେଁ ସେ ସାମ୍ବାଦିକଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ବ୍ୟବହାର କରି ଲେଖିଛନ୍ତି “ ମୁଁ ପ୍ରତିଶୃତି ଦେଉଛି କଙ୍ଗନାଙ୍କ ତରଫରୁ କେବେ କ୍ଷମା ମିଳିବ ନାହିଁ ।