ଲଣ୍ଡନ (ଏଟିଆର ବ୍ୟୁରୋ); ସେମିଫାଇନାଲରେ ଝୁଣ୍ଟିଥିଲା ଟିମ ଇଣ୍ଡିଆ । ତେବେ ହାରିବା ପରେ ସ୍ୱଦେଶ ଫେରି ଆସିବା କଥା ଭାରତୀୟ ଦଳର ଖେଳାଳିମାନେ । ହୋଟେଲ ଛାଡିଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ପହଁଞ୍ଚି ପାରିନାହାଁନ୍ତି ଭାରତୀୟ ଖେଳାଳି । ଆସନ୍ତା ୧୪ ତାରିଖରେ ମୁମ୍ବାଇରେ ପହଁଞ୍ଚିବେ ଭାରତୀୟ ଖେଳାଳି । ତେବେ ଆଉ ଦୁଇ ଦିନ କାହିଁକି ଲଣ୍ଡନରେ ରହିଲେ ଏହାପଛରେ ରହିଛି ଏକ ବଡ କାରଣ ।
ଗୁରୁବାର ଭାରତୀୟ ଖେଳାଳିମାନେ ହୋଟେଲ ଛାଡି ଦେଇଥିଲେ । କିନ୍ତୁ ବିସିସିଆଇ ଠିକ ସମୟରେ ଟିକେଟ ଯୋଗାଡ କରିପାରିନଥିଲା । ଯେଉଁ କାରଣରୁ ଆହୁରି ତିନିଦିନ ଲଣ୍ଡନରେ ରହିଛନ୍ତି ଭାରତୀୟ ଖେଳାଳି । ରବିବାର ସ୍ୱଦେଶ ଫେରିବା ପରେ ନିଜ ନିଜ ଘରକୁ ଯିବେ ବୋଲି ସୂଚନା ମିସଳିଛି । ଭାରତୀୟ ଦଳ ନିଶ୍ଚିନ୍ତ ଜିତିବ ଏବଂ ଫାଇନାଲ ଯିବ ବୋଲି ବିସିସିଆଇ ଆଗୁଆ ଟିକେଟ ରଖିନଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଭାରତୀୟ ଦଳ ଠିକଣା ଜାଗାରେ ସବୁକିଛି ଭୁଲ କରି ଦେଇଥିଲା ।
ତେବେ ଭାରତ ଫାଇନାଲ ଜିତିବା ପରେ କେତେକ ଖେଳାଳି ସେଠାରେ ରହି ଛଚଟି ବିତାଇବାର ମଧ୍ୟ ଯୋଜନା ଥିବା ଜଣା ପଡିଛି । କିନ୍ତୁ ଏବେ ଏହାକୁ ବିସିସିଆଇ ମନା କରୁଛି । ତେବେ ସେ ଯାହାବି ହେଉ ବିସିସିଆଇ ଠିକ ସମୟରେ ଟିକେଟ ଯୋଗାଡ କରିପାରିନଥିବାରୁ ଖେଳାଳିମାନେ ଆହୁରି ତିନିଦିନ ରହିଛନ୍ତି । ଆସନ୍ତା କାଲି ସ୍ୱଦେଶ ଫେରିବେ ।