କଳାହାଣ୍ଡି (ଏଟିଆର ବ୍ୟୁରୋ); ଦିନ ଦ୍ୱିପ୍ରହରେ ଲୁଟ୍ । ମହିଳାଙ୍କୁ ମାଡ ମାରିବା ପାଇଁ ଧମକ ଦେଇ ସୁନା ଗହଣା ଲୁଟି ନେଇଛନ୍ତି । ତେବେ ଚୋରମାନେ ଲୁଟ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କିନ୍ତୁ ପୋଲିସ ସେମାନଙ୍କ ପାଖରେ ପହଁଞ୍ଚି ପାରିନଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ପୋଲିସ ଚୋରଙ୍କୁ ଧରିବା ପାଇଁ ଖୋଳତାଡ କରୁଛି ।
ସୂଚନା ଅନୁଯାୟୀ, ରାମକଲି ଅଗ୍ରୱାଲ ନାମକ ଜଣେ ମହିଳା ଭବାନୀପାଟଣାରେ ବାହୁଡା ଯାତ୍ରା ଦେଖି ଘରକୁ ଏକା ଫେରୁଥିଲେ । ବାଟରେ ହଠାତ ତିନିଜଣ ଦେଖା ହୋଇଥିଲେ । ସେମାନେ ନିଜକୁ ସରକାରୀ ଅଫିସର କହିଥିଲେ । ଏବଂ ମହିଳାଙ୍କୁ ଗହଣା ଦେବା ପାଇଁ କହିଥିଲେ । ଚେକିଂ ଚାଲିଛି ସମସ୍ତେ ଦେଉଛନ୍ତି ଏଣୁ ଆପଣ ମଧ୍ୟ ଦିଅନ୍ତୁ । ତେବେ ମହିଳା ଜଣକ ମନା କରିବା ପରେ ସେମାନେ ତାଙ୍କୁ ଡରାଇଥିଲେ ।
ମାଡ ମାରିବା ପାଇଁ ଭୟ ମଧ୍ୟ ଦେଖାଇଥିଲେ । ଏହାପରେ ମହିଳା ଜଣକ ଡରି ସମସ୍ତ ଗହଣା ଦେଇଦେଇଥିଲେ । ଏହାପରେ ଲୁଟେରାମାନେ ଗହଣା ନେଇ ଫେରାର ହୋଇଯାଇଥିଲେ । ମହିଳା ଘରକୁ ଯାଇ ସବୁ କହିବା ପରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ଅଭିଯୋଗ ଆଧାରରେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା । ଏବେ ତଦନ୍ତ ଆରମ୍ଭ କରିଛି ପୋଲିସ ।