ଭୁବନେଶ୍ୱର (ଏଟିଆର ବ୍ୟୁରୋ); OTET ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଚଳିତମାସ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନରେ ଆବେଦନ କରିପାରିବେ ଆଶାୟୀ। ଅନଲାଇନରେ ପେମେଣ୍ଟ କରାଯିବା ପାଇଁ ଶେଷ ସମୟ ୨୯ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ପେପର-୧, ପେପର-୨ ପାଇଁ ଅଲଗା ଅଲଗା ଫି’ ରହିଛି । ଅନଲାଇନରେ ପେମେଣ୍ଟର ଶେଷ ତାରିଖ ଜୁଲାଇ ୨୯ ।
୨୦୧୮ OTET ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀ ସାନି ଆବେଦନ ମଧ୍ୟ କରିବେ । ସାନି ଆବେଦନ ପାଇଁ ପରୀକ୍ଷାର୍ଥୀଙ୍କୁ ଆଉ କୌଣସି ଫି’ ଦେବାକୁ ପଡ଼ିବନାହିଁ । ଅଗଷ୍ଟ ପ୍ରଥମ ସପ୍ତାହରେ OTET ପରୀକ୍ଷା ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି । ଜଣାଇଦିଆଯାଉଛି ଯେ, ଜାନୁଆରୀ ୧୬ରେ ପ୍ରଶ୍ନପତ୍ର ଲିକ୍ ପାଇଁ OTET ପରୀକ୍ଷା ବାତିଲ ହୋଇଥିଲା ।