ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଦିନରେ ଟ୍ରେନରେ କେଉଁଠିକୁ ଯାତ୍ରା କରିବାର ଯୋଜନା ରଖିଛନ୍ତି କି? ଯଦି ହଁ ,ତେବେ କିଛି ଦିନ ପାଇଁ ଅସୁବିଧାର ସାମ୍ନା କରି ପାରନ୍ତି । ଜୁଲାଇ ୧୫ ରୁ ୨୨ ମଧ୍ୟରେ ଦିଲ୍ଲୀ ଷ୍ଟେସନରୁ ଚାଲୁଥିବା ୮୦ ଟି ଟ୍ରେନ୍ ବାତିଲ କରାଯିବ । କେବଳ ଏତିକି ନୁହେଁ ୫୭ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯିବ ।
ନୂଆଦିଲ୍ଲୀ ଠାରୁ ତିଲକ ବ୍ରିଜ୍ ରେଲୱେ ଷ୍ଟେସନ ମଧ୍ୟରେ ପାଞ୍ଚ ଏବଂ ଛଅ ନମ୍ବର ରେଳ ଲାଇନ୍ କାମ ହେବା ପାଇଁ ରେଳବାଇ ପକ୍ଷରୁ ଏଭଳି ନିଷ୍ପତି କରାଯାଇଛି । ବିଶେଷ କରି ଜୁଲାଇ ୧୮ ରୁ ୨୧ ପର୍ଯ୍ୟନ୍ତ ଯାତ୍ରୀ ଅସୁବିଧାରେ ପଡି ପାରନ୍ତି କାରଣ ସେହି ସମୟସୀମା ମଧ୍ୟରେ ଅଧିକତମ ଟ୍ରେନ୍ ରଦ୍ଦ କରାଯିବ ।
ଅଧିକାରୀଙ୍କ କହିବାନୁଯାୟୀ, ଦୁଇଟି ନୂଆ ରେଳ ଲାଇନ୍ ଆରମ୍ଭ ହେବା ପରେ ନୂଆଦିଲ୍ଲୀରୁ ଟ୍ରେନ୍ ଚାଲିବାରେ ସହାୟକ ହେବ । ବର୍ତ୍ତମାନ ନୂଆଦିଲ୍ଲୀ ଠାରୁ ତିଲକ ବ୍ରିଜ୍ ମଧ୍ୟରେ ଚାରୋଟି ଲାଇନ୍ ରହିଛି । ଅଧିକତମ ଟ୍ରେନ୍ କୁ ଦେଖିବାକୁ ଗଲେ ଟ୍ରେନ୍ ଲାଇନ୍ ବହୁତ କମ୍ ରହିଛି । ପର୍ଯର୍୍ୟାପ୍ତ ଲାଇନ୍ ନ ହେବା ଯୋଗୁଁ ସମୟନୁସାରେ ଟ୍ରେନ୍ ଯିବାରେ ଅସୁବିଧା ହେଉଛି । ମାତ୍ର ରେଳ ଲାଇନ୍ ହେବା ପରେ ଏହି ସବୁ ଅସୂବିଧା ଦୂର ହୋଇଯିବ ।