କେନ୍ଦୁଝର ( ଏଟିଆର ବ୍ୟୁରୋ): ବିଜ୍ଞାନ ଯେତେ ପ୍ରଗତି କଲେ ବି ଆଜି ବି କିଛି ମଣିଷଙ୍କ ମନରେ ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସ ବସା ବାନ୍ଧି ରହିଛି । ପୁଣି ଗୁଣି ଗାରେଡି ସନ୍ଦେହରେ ହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ସେଣ୍ଡକାପ୍ ଗ୍ରାମରେ । ଗତ କିଛି ଦିନ ହେଲା ଉକ୍ତ ଗ୍ରାମରେ ବୟସ୍କ ଏବଂ ଛୁଆ ମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ଜ୍ୱର ହେବା ଲାଗି ରହିଲା ।
ଅନ୍ୟପଟେ ଗ୍ରାମର ଦୀନବନ୍ଧୁ ପୂଜାପାଠ କରୁଥିଲେ । ଯାହାକୁ ନେଇ ଦୀନବନ୍ଧୁ ଗୁଣି ଗାରେଡି କରୁଥାଇ ପାରେ ବୋଲି ସନ୍ଦେହ କରିଥିଲେ । ଗ୍ରାମର କିଛି ବ୍ୟକ୍ତିି ସନ୍ଦେହ କରି ଦୀନ ବନ୍ଧୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।ଅଭିଯୋଗ ହେବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । । ଏହି ହତ୍ୟାକାଣ୍ଡର ଅଧିକ ତଥ୍ୟ ପାଇଁ ପୋଲିସ ୭ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।