କଟକ ( ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହେବାକୁ ଯାଉଛି କମନେଓ୍ୱଲେ୍ଥ ଟେବୁଲ ଟେନିସ ଚାମ୍ପିୟନସିପ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ମଧ୍ୟାନ୍ନ ୧୨ ରୁ ଏହି ଇଣ୍ଟରନ୍ୟାସନାଲ ଇଭେଣ୍ଟର ଲିଗ୍ ପର୍ୟ୍ୟାୟ ଆରମ୍ଭ ହେବ । ଏହି ଅବସରରେ କଟକ ସହରକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । କଟକ ଇଣ୍ଡୋର ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠତ ହେବ ।
ଏହି ଅବସରରେ ସୁରକ୍ଷା ଦୃଷ୍ଟିକୁ ଆଖିରେ ରଖି ଷ୍ଟାଡିୟମ ପରିସରରେ ୧୦ ପ୍ଲାଟୁନ ପୋଲତସ ମୁତୟନ କରାଯିବ ବୋଲି ସୂଚନା ମିଳିଛି । ଆଜି ପ୍ରଥମ ଦିନରେ ୩ ଟି ପ୍ରତିଯୋଗିତା ହେବ । ଏଥିରେ ୧୨ ଟି ଦେଶ ଭାଗ ନେବେ । ଅଷ୍ଟ୍ରେଲିଆ, ବାଂଲାଦେଶ, ସାଇପ୍ରସ୍, ଇଂଲଣ୍ଡ, ମାଲେସିଆ, ଭାରତ, ଶ୍ରୀଲଙ୍କା, ନାଇଜେରିଆ, ସ୍କଟ୍ ଲାଣ୍ଡ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର ଏବଂ ୱେଲ୍ସ । ସକାଳ ୯ଟାରୁ ରାତି ୧୦ଟା ଯାଏ ମ୍ୟାଚ୍ ଅନୁଷ୍ଠିତ ହେବ । ୧୭ରୁ ୨୨ ତାରିଖ ପର୍ୟ୍ୟନ୍ତ ଏହା ଖେଳାଯିବ । ଇଣ୍ଡୋର ଷ୍ଟାଡିୟମରେ ଏଥିପାଇଁ ୮ ଟି ଗେଟର ବ୍ୟବସ୍ଥା କରାଯାଇଛି ।
ଏଥିପାଇଁ ୫ ହଜାର ସିଟକୁ ୩୦ ଟି ଜୋନରେ ଭାଗ କରାଯାଇଛି । ଏହି ମ୍ୟାଚ ପାଇଁ ଗତକାଲି ସମସ୍ତ ଦଳ ପହଞ୍ଚି ଥିବା ସୂଚନା ମିଳିଛି । ମ୍ୟାଚ ପୂର୍ବରୁ ଖୋଳି ମାନେ ସଚିନ ତେନ୍ଦୁଲକର ଇଣ୍ଡୋର ହଲ୍ ରେ ଅଭ୍ୟାସ କରିଛନ୍ତି । କଟକର ଖ୍ରୀଷ୍ଟିୟାନ ପହିଆ ଓ ବାଲିଯାତ୍ରା ପଡିଆରେ ଖେଳ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ପାର୍କିର ବ୍ୟବସ୍ଥା କରାଯାଇ