ସାଉଥମ୍ପଟନ (ଏଟିଆର ବ୍ୟୁରୋ); ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଲା ଦକ୍ଷିଣ ଆଫ୍ରିକା । ଭାରତ ପ୍ରଥମେ ବୋଲିଂ କରିବ । ଦଳରେ ଦୁଇ ଜଣ ପେସ ବୋଲର ଖେଳୁଥିବା ବେଳେ ପାଣ୍ଡ୍ୟା ତୃତୀୟ ପେସର ବୋଲର ଅଲରାଉଣ୍ଡର ଭାବରେ ଖେଳୁଛନ୍ତି । ପ୍ରଥମେ ମ୍ୟାଚରେ ଭାରତ ଦୁଇ ସ୍ପିନର କୁଳଦୀପ ଯାଦବ ଏବଂ ଚହଲଙ୍କୁ ଦଳରେ ନେଇଛି ।
ପ୍ରଥମ ଦୁଇଟି ମ୍ୟାଚରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା ଦକ୍ଷିଣ ଆଫ୍ରିକା । କିନ୍ତୁ ଦୁଇଟିଯାକ ମ୍ୟାଚରେ ହାରିଥିଲା । କିନ୍ତୁ ଆଜି ଟସ୍ ଜିତିବା ପରେ ବ୍ୟାଟିଂ କରିବାର ନିଷ୍ପତି ନେଇଛି । ଷ୍ଟେନଙ୍କ ଅନୁପସ୍ଥିତି ଦଳ ପାଇଁ ବୋଲିଂରେ ଦୁର୍ବଳ କରିପାରେ । ଯାହାର ଫାଇଦା ଭାରତ ପାଇଁ ହୋଇପାରେ । ରାବାଦା ଏବଂ ତାହିରଙ୍କ ଉପରେ ଦକ୍ଷିଣ ଆଫ୍ରିକା ବୋଲିଂ ନିର୍ଭର କରିବ । ବ୍ୟାଟିଂରେ ଦଳର ସ୍ଥିତି ଭଲ ରହିଛି । ତେବେ ପ୍ରାରମ୍ଭିକ ଯୋଡିଙ୍କ ଉପରେ ଭରଷା ରଖିବ ଦଳ ।
ଭାରତ ନିଜ ଦଳରେ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଇଛି । ପ୍ରଥମ ମ୍ୟାଚ ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି ଭାରତୀୟ କ୍ରୀକେଟ ପ୍ରେମୀ ଆଶା ରଖିଛନ୍ତି । ଭାରତୀୟ ଦଳ: ରୋହିତ ଶର୍ମା,ଶିଖର ଧାୱନ,ବିରାଟ କୋହଲି,କେଏଲ ରାହୁଲ,ଧୋନୀ,କେଦାର ଯାଦବ,ହାର୍ଦ୍ଦିକ ପାଣ୍ଡ୍ୟା,ଭୁବନେଶ୍ୱର କୁମାର,ଚହଲ,କୁଳଦୀପ ଯାଦବ,ଜଶପ୍ରିତ ବୁମରା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024