ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଦାଖର ଗଲୱାନ ଘାଟି ସମେତ ଅନେକ ଅଞ୍ଚଳଳରୁ ଚୀନ୍ ସେନା ପଛକୁ ହଟିଛି ସତ କିନ୍ତୁ ଏବେ ବି କିଛି ଅଞ୍ଚଳକୁ କବ୍ଚା କରି ରଖିଛି, ଯାହାକୁ ନେଇ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ଚୀନ୍ ବିବାଦକୁ ଏକ ନୂଆ ରୂପ ଦେବା ସହ ଅକ୍ସାଇ ଚୀନ୍ ରେ ପାଖାପାଖି ୫୦ ହଜାର ସୈନ୍ୟ ମୁତୟନ କରିଛି ।
ସେହିପରି ଭାରତ ମଧ୍ୟ ଚୀନ୍ ର ଏହି ନୂତନ ଚାଲବାଜିକୁ କଡା ଜବାବ ଦେବା ପାଇଁ ପ୍ରଥମ ଥର ପାଇଁ ସ୍କ୍ୱାଡ୍ରନ ୧୨ ଟି ୨୦ ମିସାଇଲ ଫାୟାରିଙ୍ଗ ଟ୍ୟାଙ୍କ, ଆର୍ମି ବାହନ, ୪ ହଜାର ବିଶିଷ୍ଟ ଏକ ସୈନ୍ୟ ବ୍ରିଗେଡ ଦୌଲତ ବେଗ ଓଲ୍ଡିରେ ମୁତୟନ କରିଛି । ଯାହାଫଳରେ ଶକ୍ସଗମ କାରାକୋରମ ନିକଟବର୍ତ୍ତି ଚୀନର ଆକ୍ରମଣକୁ କଡା ଜବାବ ଦିଆଯାଇ ପାରିବ । ଏନେଇ ଶୀର୍ଷ ସୈନ୍ୟ କମାଣ୍ଡର୍ସ ସୂଚନା ଦେଇଛନ୍ତି ।
ଦୌଲତ ବେଗ ଓଲ୍ଡିରେ ଭାରତର ଶେଷ ଆଉଟପୋଷ୍ଟ ୧୬ ହଜାର ଫୁଟ ଉଚ୍ଚତାରେ ରହିଛି । ଯାହା କାରାକୋରମ ନିକଟବର୍ତ୍ତି ଦକ୍ଷିଣରେ, ଚିପ-ଚାପ ନଦୀ କୂଳ ଏବଂ ଗଲୱା ଶ୍ୱୋକ ସଙ୍ଗମ ଉତ୍ତରରେ ପଡୁଛି ।