ଗଞ୍ଜାମ (ଏଟିଆର ବ୍ୟୁରୋ); ସରକାରୀ ବିଦ୍ୟାଳୟରେ କିପରି ପାଠପଢ଼ା ହେଉଛି ଏବଂ ଶିକ୍ଷକମାନେ କଣ କରୁଛନ୍ତି ଏହା ଜାଣିବା ପାଇଁ ଏକ ଅଭିନୟ ଉପାୟରେ ବିଦ୍ୟାଳୟରେ ପହଁଞ୍ଚିଥିଲେ ବିଇଓ । ନିଜକୁ ପାଗଳ ସଜାଇ ବିଦ୍ୟାଳୟରେ ପହଁଞ୍ଚିଥିଲେ । ତେବେ ପରେ ଜାଣିବା ସମସ୍ତେ ତାଙ୍କୁ ପ୍ରଂଶସାରେ ପୋତି ପକାଇଥିଲେ । ଗଞ୍ଜାମ ଜିଲ୍ଲା ସେରଗଡ ବ୍ଳକରେ କାର୍ଯ୍ୟରତ ଭାସ୍କର ଲେଙ୍କା ଏଭଳି କରିଥିବା ସୂଚନା ମିଳିଛି । ତେବେ ତାଙ୍କର ଏଭଳି ପଦକ୍ଷେପକୁ ସାଧାରଣରେ ବେଶ ପ୍ରଂସଶା କରାଯାଇଛି ।
ସେରଗଡ ବ୍ଳକର ସରକାରୀ ବିଦ୍ୟାଳୟରେ ଛଦ୍ମବେଶରେ ପାଗଳ ଭଳି ପଶିଥିଲେ ଭାସ୍କର । ପିଲାମାନେ ତାଙ୍କୁ ଦେଖିବା ପରେ ମଜାକ ଉଡାଇଥିଲେ । ପରେ ଶିକ୍ଷକମାନେ ଆସିବା ପରେ ତାଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ବାରମ୍ବାର ମନା କରିବା ପରେ ମଧ୍ୟ ସେ ସ୍କୁଲ ଛାଡି ଯାଇନଥିଲେ । ଏହାପରେ ଗ୍ରାମବାସୀମାନେ ତାଙ୍କୁ କାବୁ କରି ବାହାରକୁ ଛାଡିବା ପାଇଁ ଚେଷ୍ଟା କରିଥିଲେ ।
ପରେ ସେମାନେ ଜାଣିବାକୁ ପାଇଥିଲେ କି ସେ ଜଣେ ପାଗଳ ନୁହଁନ୍ତି ବରଂ ସେ ହେଉନ୍ତି ବିଇଓ । ଏହାପରେ ସମସ୍ତେ ତାଙ୍କୁ ପ୍ରଣାମ କରିବା ସହିତ ସମ୍ମାନ ଜଣାଇଥିଲେ । କାରଣ ପିଲାଙ୍କ ଭବିଷ୍ୟତ ପାଇଁ ସେ ନେଇଥିବା ପଦକ୍ଷେପ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଅନେକ ସରକାରୀ ବିଦ୍ୟାଳୟରେ ଠିକସେ ପାଠପଢ଼ା ହେଉନାହିଁ । ଏଣୁ ମଝିରେ ମଝିରେ ଏଭଳି ଚକମା ଖାଇଲେ ଶିକ୍ଷକମାନେ ବୁଦ୍ଧି ଶିଖିବେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ସୂଚନାଯୋଗ୍ୟ, ଭାସ୍କର ପୂର୍ବରୁ ଭାରତୀୟ ନୌସେନାରେ ଅଧିକାରୀ ଭାବରେ କାର୍ଯ୍ୟ କରିଛନ୍ତି । ଏବେ ସେ ବିଇଓ ଅଛନ୍ତି ।