ସମ୍ବଲପୁର (ଏଟିଆର ବ୍ୟୁରୋ):ଜେଲ ମଧ୍ୟରେ ରହୁଥିବା ଅନ୍ତବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ । ବେତର ଝୁଡି, କପଡାରେ ତିଆରି ବ୍ୟାଗ , ବିଭିନ୍ନ ହ୍ୟାଣ୍ଡଲୁମର ସାମଗ୍ରୀ ଇତ୍ୟାଦି ସେମାନେ ତିଆରି କରିଥାନ୍ତି ।
ସମ୍ବଲପୁର ମଣ୍ଡଳ କାରାଗାରର ଅନ୍ତେବାସୀମାନେ ତିଆରି କରିଥାନ୍ତି ହ୍ୟାଣ୍ଡଲୁମର ସାମଗ୍ରୀ । ଏବେ ଏହି ହ୍ୟାଣ୍ଡଲୁମ ସାମଗ୍ରୀଗୁଡିକୁ ମିଳିଛି ହ୍ୟାଣ୍ଡଲୁମ୍ ମାର୍କ । ଜେଲ ସୁପରିଟେଣ୍ଡେଣ୍ଟଙ୍କ ସୂଚନା ମୁତାବକ ଅନ୍ତେବାସୀଙ୍କ ଦ୍ୱାରା ତିଆରି ହେଉଥିବା ହସ୍ତତନ୍ତ ସାମଗ୍ରୀକୁ ହ୍ୟାଣ୍ଡଲୁମ ମାର୍କ ମିଳିବା ଫଳରେ ନିର୍ମିତ ସାମଗ୍ରୀ ଗୁଡିକୁ ଦେଶ ବିଦେଶର ବିଭିନ୍ନ ବଜାରମାନଙ୍କରେ ବିକ୍ରି କରାଯାଇ ପାରିବ । ଏହାଫଳରେ ସେମାନେ ଅଧିକ କିଛି ଅର୍ଥ ରୋଜଗାର କରିପାରିବେ ।
ସାମଗ୍ରୀଗୁଡିକୁ ଓରମାସ ସହାୟତାରେ ବାହାରକୁ ପଠାଯିବ । ସାମଗ୍ରୀ ଗୁଡିକର ଚାହିଦା ଯଦି ଅଧିକ ଦେଖାଯାଏ ତେବେ ଏହା ଅନ୍ତେବାସୀଙ୍କ ମନ ବଳ ଦୃଢ ହେବା ସହ ଅନ୍ୟାନ୍ୟ ସାମଗ୍ରୀ ତିଆରି କରାଯାଇ ବଜାରକୁ ଛଡାଯିବାର ବ୍ୟବସ୍ଥା କରାଯିବ ।