ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଧାନସଭାରେ ପ୍ରଶ୍ନକାଳ । ଗୃହ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ନିର୍ମାଣ, ଅବକାରୀ, ଇସ୍ପାତ ଓ ଖଣି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଆଦି ବିଭାଗ ଉପରେ ଆଲଚନା ଚାଲିଛି । ସେପଟେ ବିରୋଧୀ ବିଜେପି ଆଣିଛି ମୁଲତବୀ ପ୍ରସ୍ତାବ ।
ମୁଲତବୀର ପ୍ରସଙ୍ଗ ହେଲା, ରାଜ୍ୟରେ ବଢି ଚାଲିଛି ବେକାରି ସମସ୍ୟା । ଯାହାଫଳରେ ଲକ୍ଷାଧିକ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ନିର୍ୟାତନାର ଶିକାର ହେଉଛନ୍ତି, ସରକାର ନୀରବଦ୍ରଷ୍ଟା ସାଜିଥିବାରୁ ବିରୋଧି ବିଜେପି ମୁଲତବି ପ୍ରସ୍ତାବ ଆଣିଛି ।
ଏହାସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି।