ସମ୍ବଲପୁର (ଏଟିଆର ବ୍ୟୁରୋ): ଉପମୁଣ୍ଡରେ ବର୍ଷା କମିବା ଦ୍ୱାରା ଏବେ ଜଳଭଣ୍ଡାରକୁ ଜଳ ପ୍ରବେଶ କମୁଛି । ହୀରାକୁଦରୁ ଗୋଟେ ପରେ ଗୋଟେ ଗେଟ୍ ବନ୍ଦ ହେଉଛି । ଆଜି ପୁଣି ୪ଟି ଗେଟ୍ ବନ୍ଦ ହେବା ପରେ ୮ଟି ସ୍ଲୁଇସ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।
ଜଳଭଣ୍ଡାରର ଜଳସ୍ତର ବିର୍ତ୍ତମାନ ୬୨୮.୩୩ ଫୁଟ୍ ରହିଥିବା ବେଳେ ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୨ ଲକ୍ଷ ୨୫ ହଜାର ୩୧୮ କ୍ୟୁକେସ ପାଣି । ସେହିପରି ୨ ଲକ୍ଷ ୨୫ ହଜାର ୩୧୮ କ୍ୟୁକେସ ପାଣି ନିଷ୍କାସିତ ହେଉଛି ।