ଭୁବନେଶ୍ୱର (ଏଟିଆର ବ୍ୟୁରୋ); ର୍ବଷା ଦିନରେ ବି ଟାଇଁ ଟାଇଁ ଖରା । ମୌସୁମୀର ଦେଖା ନାହିଁ । ପ୍ରଚଣ୍ଡ ରୋଦ୍ର ତାପରେ ଜନ ଜୀବନ ଅସ୍ତବ୍ୟସ୍ଥ । ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ ଉଜୁଡ଼ି ଗଲାଣି। ଅନେକ ଅଞ୍ଚଳରେ ଗଜା ମରୁଡ଼ିର ଆଶଙ୍କା ଦେଖା ଦେଇଛି। ଚାଷକୁ ବଞ୍ଚାଇ ରଖିବାକୁ ତୁରନ୍ତ ମୌøସୁମୀର ଆବସ୍ୟକତା ଅଛି ।
ଏଥିପାଇଁ ଅତି କମ୍ରେ ଆହୁରି ୩ରୁ ୪ ଦିନ ପର୍ୟ୍ୟନ୍ତ ରାଜ୍ୟରେ ପାଣିପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହ ଆସନ୍ତା ୨୪ତାରିଖରୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଏହି ସମୟ ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ ୨୯ ପ୍ରତିଶତ କମ୍ ବର୍ଷା ହୋଇଛି।